ଆଜି ବିରାଜିବେ ମା’ ବାଗ୍‌ଦେବୀ

Advertisment
ଆଜି ବିରାଜିବେ ମା’ ବାଗ୍‌ଦେବୀ

ଭୁବାନଶ୍ବର : ଆଜି ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି। ଧରାପୃଷ୍ଠରେ ବିରାଜିବେ ବିଦ୍ୟାଦାତ୍ରୀ ମା’ ସରସ୍ବତୀ। ଏଥିପାଇଁ ପୂରା ରାଜଧାନୀ ଉତ୍ସବମୁଖର ହୋଇଉଠିଛି। କରୋନାର ତୃତୀୟ ଲହର ଦ୍ରୁତ ଗତିରେ କମୁଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସୀମିତ ପିଲାଙ୍କୁ ନେଇ ମା’ଙ୍କ ପୂଜାର୍ଚ୍ଚନା କରିବାକୁ ଅନୁମତି ମିଳିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।

ଏହି ପରିପ୍ରେକ୍ଷୀ‌ରେ ଶୁକ୍ରବାର ଦିନ ପୂଜା ବଜାର ଚଳଚଞ୍ଚଳ ହୋଇ ଉଠିଥିଲା। ୟୁନିଟ୍‌-୧ ହାଟଠାରୁ ଆରମ୍ଭ କରି ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂ, ଜନପଥରେ ଥିବା ବିଭିନ୍ନ ଡ୍ରେସ୍‌ ସୋ’ରୁମ୍‌‌, ଭୋଗ ଓ ପୂଜା ସାମଗ୍ରୀ ଦୋକାନ, ଫଳ ଦୋକାନରେ ପ୍ରବଳ ଭିଡ଼ ହୋଇଥିବା ପରିଲକ୍ଷିତ ହୋଇଥିଲା। ମାର୍କେଟ୍‌ ବିଲ୍‌ଡିଂରେ ତ ଅବସ୍ଥା ପୂରା ଅସମ୍ଭାଳ ହୋଇଯାଇଥିଲା। କିଣାକିଣି ପାଇଁ ଆସିଥିବା ଲୋକମାନେ କରୋନା ଗାଇଡ୍‌ଲାଇନ୍‌କୁ ଫୁ’ କରି ଉଡ଼ାଇ ଦେଇଥିଲେ। ସାମାଜିକ ଦୂରତା ଦୂରର କଥା, ଅଧାରୁ ଅଧିକ ଲୋକଙ୍କ ମୁହଁରେ ମାସ୍କ ବି ନଥିଲା। ଅପରପକ୍ଷେ କରୋନା ଯୋଗୁଁ ପୂଜାକୁ ନେଇ ଅନିଶ୍ଚିତତା ଥିବାରୁ ଏଥର ବଜାରକୁ ବଡ଼ ମୂର୍ତ୍ତି ଆସିପାରିନଥିବା ଜଣାଯାଇଛି। କାରିଗରମାନେ ବେପାର ନ ହେବା ଆଶଙ୍କାରେ ଛୋଟ ମୂର୍ତ୍ତି ତିଆରି କରିଥିଲେ। ତେବେ ଆଜି ରାତି ସୁଦ୍ଧା ସବୁ ମୂର୍ତ୍ତି ଦୋକାନ ଖାଲି ହୋଇଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe