ଶରତ ସନ୍ଧ୍ୟା, ନୃତ୍ୟ-ସଂଗୀତ-କଥାର ଆସର

Advertisment
ଶରତ ସନ୍ଧ୍ୟା, ନୃତ୍ୟ-ସଂଗୀତ-କଥାର ଆସର

ଭୁବନେଶ୍ବର: କବି ଓ କଥାକାର ଶରତ କୁମାର ଦାଶଙ୍କ ବିବିଧ ସୃଜନ ଧାରାକୁ ନେଇ ପ୍ରକାଶନ ସଂସ୍ଥା ‘ପେନ୍ ଇନ୍ ବୁକ୍ସ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ‘ଶରତ ସନ୍ଧ୍ୟା’। ନୃତ୍ୟ, ସଙ୍ଗୀତ, କବିତା ଓ କଥାର ସମାହାର ଦର୍ଶକଙ୍କୁ ଭେଟି ଦେଇଥିଲା ମନୋରଂଜନ। ପ୍ରକାଶନ ସଂସ୍ଥା ପକ୍ଷରୁ ପ୍ରକାଶିତ ଶ୍ରୀ ଦାଶଙ୍କ ୮ମ କବିତା ପୁସ୍ତକ, ପ୍ରଥମ ଗଳ୍ପ ସଂକଳନ ‘ଘାସଫୁଲ’ ଓ ସଂଗୀତ ଆଲବମ୍ ‘ଆରୋହଣ’ ଉନ୍ମୋଚିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ସାଂସଦ ମହେଶ ସାହୁ, ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ପ୍ରଣବ କୁମାର ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନସଚିବ ମନୋରଞ୍ଜନ ପାଣିଗ୍ରାହୀ,ବରିଷ୍ଠ କବି ଡ. ହୃଷୀକେଶ ମଲ୍ଲିକ, ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାଶଙ୍କ ପୁସ୍ତକ ଓ ସଂଗୀତ ଆଲବମ ଉନ୍ମୋଚନ କରିଥିଲେ। ଶ୍ରୀ ଦାଶଙ୍କ ସଙ୍ଗୀତ ଆଲବମ୍ ‘କୁହନାହିଁ କିଛି’ର ଏକ ସଙ୍ଗୀତକୁ ନେଇ ଗୌରୀଶଙ୍କର ଦାଶଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନେ ଓଡ଼ିଶୀ ନୃତ୍ୟ ପରସି ଦେଇଥିଲେ। ପରେ ‘ଘାସଫୁଲ’ ସଂକଳନର ‘ପଥର’ ଗଳ୍ପକୁ ନେଇ ପ୍ରାଚୀତାରା ମିଶ୍ର କଥାଭିନୟ ପ୍ରଦର୍ଶନ କରିଥିଲେ। କଣ୍ଠଶିଳ୍ପୀ ଦିପ୍ତୀରେଖା, ହ୍ୟୁମାନ୍ ସାଗର, ସବିଶେଷ, ଦେବକୃପା, ଆଶୁତୋଷ, ବିଷ୍ଣୁମୋହନ, ଲୋପାମୁଦ୍ରା, ସତ୍ୟଜିତ୍ ଓ ଜ୍ୟୋତିର୍ମୟୀଙ୍କ ଦ୍ବାରା ସଙ୍ଗୀତ ପରିବେଷିତ ହୋଇଥିଲା। ଏହି ଅବସରରେ ଅରବିନ୍ଦ ଦାସ, ସୂର୍ଯ୍ୟନାରାୟଣ ବେହେରା, ଚିତ୍ତରଞ୍ଜନ ପାଣି, ସୁନୀଲ ମୁଖାର୍ଜୀ, ଦେବାଶିଷ ପଟ୍ଟନାୟକ, ଜୟଶ୍ରୀ ଧଳ, ଦୀପ୍ତେଶ ମହାପାତ୍ରଙ୍କ ସମେତ ପ୍ରକାଶନ ସହଯୋଗୀ ସରୋଜ ମହାରଣା, ଭ୍ରମରବର ସାହୁ, ରବୀନ୍ଦ୍ର ମଣ୍ଡପର ପରିଚାଳକ ପ୍ରମୋଦ କୁମାର ବିଶ୍ୱାଳଙ୍କୁ ସମ୍ବର୍ଧିତ କରାଯାଇଥିଲା। ପ୍ରାରମ୍ଭରେ ପେନ୍ ଇନ୍ ବୁକ୍ସର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ସଂଯୋଜନା କରିଥିଲେ ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ। ଶୁଚିସ୍ମିତା ପୃଷ୍ଟି, ଶୁଭେନ୍ଦୁ ଦାସ, ଅଜୟ ନାୟକ, ଗିରୀଶ ରଞ୍ଜନ ସାହୁ, ମିଲନ୍ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe