ସରିଲା ମାର୍ଗି: ‘ଏକଲବ୍ୟ’ରୁ ଆରମ୍ଭ ‘ମୁଁ’ରେ ଶେଷ

Advertisment
ସରିଲା ମାର୍ଗି: ‘ଏକଲବ୍ୟ’ରୁ ଆରମ୍ଭ ‘ମୁଁ’ରେ ଶେଷ

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟାନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ‘ମାର୍ଗି ଉତ୍ସବ’ ଉଦ୍‌ଯାପିତ ହୋଇଛି। ପଦ୍ମଶ୍ରୀ ଗୁରୁ ଇଲିୟାନା ସୀତାରିସ୍ତଙ୍କ ଏକଲବ୍ୟ ପରିବେଷଣରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ଗୁରୁ ଶିଷ୍ୟର ମହନୀୟ ପରମ୍ପରାକୁ ଅତି ଚମତ୍କାର ଢଙ୍ଗରେ ପରିବେଷଣ କରିଥିଲେ ଶିଳ୍ପୀ। ଏହାକୁ ଗୁରୁ କେଳୁଚରଣ ମହାପାତ୍ର ସଂଯୋଜନା କରିଥିବା ବେଳେ ସଂଗୀତ ସଂଯୋଜନା କରିଥିଲେ ପଣ୍ଡିତ ପ୍ରଫୁଲ୍ଲ କର।

ପରବର୍ତ୍ତୀ ଏକକ ଅଭିନୟରେ ଶିଳ୍ପୀ ଯୁଧିଷ୍ଠିର ନାୟକ ‘ଆହେ ନୀଳ ଶୈଳ...ଗୀତରେ ନୃତ୍ୟ କରିଥିଲେ। ଏହାକୁ ଗୁରୁ କେଳୁଚରଣ ମହାପାତ୍ର ସଂରଚନା କରିଥିବା ବେଳେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ଦ୍ୱୈତ୍ୟ ନୃତ୍ୟ ପର୍ଯ୍ୟାୟରେ ପ୍ରଭୁତୋଷ ପଣ୍ଡା ଓ ଦୀପିକା ପ୍ରିୟଦର୍ଶିନୀ ଯୁଗ୍ମ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ନୃତ୍ୟଶାଳା ଅନୁଷ୍ଠାନ ପକ୍ଷରୁ ଗୁରୁ ଅଶୋକ କୁମାର ଘୋଷାଲଙ୍କ ପରିକଳ୍ପନା ଓ ନୃତ୍ୟ ନିର୍ଦ୍ଦେଶନାରେ ନୃତ୍ୟନାଟିକା ‘ମୁଁ’ ପରିବେଷିତ ହୋଇଥିଲା। ନବକିଶୋର ମିଶ୍ର ଏହାର ରଚନା କରିଥିବା ବେଳେ ହିମାଂଶୁ ସ୍ୱାଇଁ ସଂଗୀତରେ ସଜାଇଥିଲେ। କାର୍ଯ୍ୟକ୍ରମରେ ଅତିଥିଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ପଦ୍ମଶ୍ରୀ ରଞ୍ଜନା ଗହ୍ୱର, ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟ, ମର୍ଦ୍ଦଳ ଗୁରୁ ସଚ୍ଚିକାନ୍ତ ଦାସ, ନୃତ୍ୟଶାଳାର ନିର୍ଦ୍ଦେଶକ ଅଶୋକ କୁମାର ଘୋଷାଲ ପ୍ରମୁଖ ଉପସ୍ଥିତ ଥିଲେ। ମଧୁମିତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe