ବର୍ଷେ ହେଲା ସରିଲାଣି ବାଲିଆମାଳ ଧନୁଆ ବ୍ରିଜ୍‌: ଆପ୍ରୋଚ ରୋଡ୍‌ ନିର୍ମାଣ ବିଳମ୍ବରୁ ଅକାମୀ

Advertisment
ବର୍ଷେ ହେଲା ସରିଲାଣି ବାଲିଆମାଳ ଧନୁଆ ବ୍ରିଜ୍‌: ଆପ୍ରୋଚ ରୋଡ୍‌ ନିର୍ମାଣ ବିଳମ୍ବରୁ ଅକାମୀ

ବାଲିଅନ୍ତା: ପୂରଣପଧାନ ପଞ୍ଚାୟତ ନଈକୂଳସାହି-ବାଲିଆମାଳଠାରେ ଧନୁଆ ନଈ ଉପରେ ଏକ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ପ୍ରାୟ ବର୍ଷେ ହେଲା ସରିଲାଣି। କିନ୍ତୁ ବ୍ରିଜ୍‌ର ଆପ୍ରୋଚ ରାସ୍ତା ନିର୍ମାଣ ହୋଇନଥିବାରୁ ତାହା ଅକାମୀ ହୋଇପଡ଼ିଛି। ଏଣେ ପଞ୍ଚାୟତବାସୀ ପୂର୍ବଭଳି ଯାତାୟାତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ୪ଟି ଗ୍ରାମର ଲୋକେ ୫ କିମି ଦୂରତା ବୁଲିବୁଲି ଯିବାକୁ ବାଧ୍ୟ ହେଉଛନ୍ତି। ଏନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସୂଚନାଯୋଗ୍ୟ ଯେ ୨୦୨୦/୨୧ ଆର୍ଥିକ ବର୍ଷରେ ଏହି ବ୍ରିଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅଢ଼େଇ କୋଟି ଟଙ୍କା ମଂଜୁର ହୋଇଥିଲା। ଏହି ସେତୁ ନିର୍ମାଣ କାର୍ଯ୍ୟ ଗତବର୍ଷ ମାର୍ଚ୍ଚ ମାସରୁ ଶେଷ ହୋଇଯାଇଛି। କିନ୍ତୁ ଉଭୟ ପାର୍ଶ୍ବର ଆପ୍ରୋଚ ରାସ୍ତା ନିର୍ମାଣ ଅଧୁରା ରହିଛି। ତେଣୁ ବର୍ଷେ ହେଲା ବ୍ରିଜ୍‌ ଲୋକଙ୍କ କାମରେ ଆସୁନାହିଁ। ବାଲିଆମାଳ, ବିଶୁନିଆପଡ଼ା, ବାୟାଁପଦା ଓ ବାରଦୁଖାନା ଗାଁର ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀମାନେ ପୂରଣପଧାନ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ପୂର୍ବ ଭଳି ୫କିମି ବାଟ ବୁଲିକି ଯାଉଛନ୍ତି। ସେତୁ ବାଟ ଦେଇ ଗଲେ ମାତ୍ର ଅଧ କିମି ଦୂରତା ଅତିକ୍ରମ କରିବାକୁ ପଡ଼ନ୍ତା। ମାତ୍ର ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ପାଇଁ ଠିକାଦାର କାର୍ଯ୍ୟ ସାରିବା ନାଁ ଧରୁନାହାନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି। ତେବେ ଆପ୍ରୋଚ ରାସ୍ତା ନିର୍ମାଣ କାର୍ଯ୍ୟ ବର୍ଷାଦିନ ପୂର୍ବରୁ ଶେଷ ହେବ ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ବସନ୍ତ ଦଳାଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe