ଓଡ଼ିଆ ଝିଅ ପିନ୍ଧିଲେ ‘ମିସେସ୍‌ ଓ୍ଵାର୍ଲଡ୍‌’ ମୁକୁଟ

Advertisment
ଓଡ଼ିଆ ଝିଅ ପିନ୍ଧିଲେ ‘ମିସେସ୍‌ ଓ୍ଵାର୍ଲଡ୍‌’ ମୁକୁଟ

ଭୁବନେଶ୍ୱର : ଆମେରିକାସ୍ଥିତ ନ୍ୟୁ ଜର୍ସିର ଆଲବର୍ଟ ହଲ୍‌ରେ ଆୟୋଜିତ ‘ମିସେସ୍‌ ଓ୍ଵାର୍ଲଡ୍‌ ସୁନ୍ଦରୀ ପ୍ରତିଯୋଗିତା’ରେ ଓଡ଼ିଆ ଝିଅ/ ବୋହୂ ସରିତା ପଟ୍ଟନାୟକ ୩୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ‘ମିସେସ୍‌ ଇଣ୍ଡିଆ ଓ୍ଵାର୍ଲଡ’ ମୁକୁଟ ଜିତିଛନ୍ତି। ୨୦୧୬ରେ ମିସେସ୍‌ ଇଣ୍ଡିଆ ୟୁଏସ୍‌ଏ ମୁକୁଟ ଜିତି ସେ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ପୂର୍ବରୁ ମଧ୍ୟ ସେ ମିସେସ୍‌ ଜର୍ଜିଆ ଟାଇଟଲ୍‌ର ବିଜୟିନୀ ହୋଇଥିଲେ। ଏଠାରେ ପ୍ରକାଶ ଥାଉକି, ଶ୍ରୀମତୀ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଟଙ୍କପାଣି ରୋଡ୍‌ରେ ରହୁଥିବା ହରିରଞ୍ଜନ ପଟ୍ଟନାୟକ ଓ ଗୀତାଞ୍ଜଳି ପଟ୍ଟନାୟକଙ୍କ ଝିଅ। ସେ ଭଦ୍ରକ ତାଳପଦାର ସତ୍ୟ ମହାପାତ୍ରଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇଟି ଝିଅ। ବର୍ତ୍ତମାନ ସେ ଜର୍ଜିଆର ଆଟ୍‌ଲାଣ୍ଟା ସହରରେ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe