ଭୁବନେଶ୍ୱର: ବିଏମ୍ସି ମେୟର ପଦ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ସରୋଜିନୀ ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍ ଓଡ଼ିଶା ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର ତାଙ୍କ ନାମ ଘୋଷଣା କରିଛନ୍ତି। ‘ଇଣ୍ଡିଆ ଏଗନେଷ୍ଟ କରପସନ୍’ ସହ ସେ ଦୀର୍ଘ ଦିନ ହେବ ସାମିଲ୍ ଥିଲେ। ଫାଇଲିନ୍ ପୀଡ଼ିତଙ୍କ ଗୃହ ନିର୍ମାଣ ପାଇଁ ବିଶ୍ବବ୍ୟାଙ୍କରୁ ଆସିଥିବା ଟଙ୍କା ଖର୍ଚ୍ଚରେ ବିଳମ୍ବ ବିରୋଧରେ ସେ ସାତପଡ଼ାରୁ ଭୁବନେଶ୍ବର ପର୍ଯ୍ୟନ୍ତ ପଦଯାତ୍ରାରେ ଆସିଥିଲେ। ରାଜ୍ୟରେ ମଦମୁକ୍ତି ଆନ୍ଦୋଳନରେ ମଧ୍ୟ ତାଙ୍କର ସହଯୋଗ ଥିଲା।
୬ଟି ବିନ୍ଦୁରେ ଏକ ଇସ୍ତାହାର ଧରି ସେ ମଇଦାନକୁ ଓହ୍ଲାଇବାକୁ ଯାଉଥିବା ଦଳ ସୂଚନା ଦେଇଛି। ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ସ୍ବାଇଁ, ରାଜ୍ୟ ପ୍ରବକ୍ତା ରଙ୍ଗାଚରଣ ପ୍ରଧାନ, ପ୍ରବକ୍ତା ଜୟସୂର୍ଯ୍ୟ କାନୁନ୍ଗୋ, ପବିତ୍ର ମୋହନ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।
Follow Us