ମହିଳାଙ୍କୁ ଫାର୍ସାରେ ଆକ୍ରମଣ କଲେ ସରପଞ୍ଚ

Advertisment
ମହିଳାଙ୍କୁ ଫାର୍ସାରେ ଆକ୍ରମଣ କଲେ ସରପଞ୍ଚ

representational immage - Times of India

ଭୁବନେଶ୍ବର: ଆଜି ରାତି ପ୍ରାୟ ୯ଟା ବେଳେ ବାଲିଅନ୍ତା ଥାନା ବେଣୁପୁର ଗାଁରେ ବିନୋଦିନୀ ଜେନାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି। ବେଣୁପୁର ସରପଞ୍ଚ, ତାଙ୍କ ସ୍ତ୍ରୀ ଓ ଭାଇ ମିଳିତ ଭାବେ ତାଙ୍କୁ ଫାର୍ସାରେ ହାଣି ଲହୁଲୁହାଣ କରିଛନ୍ତି ବୋଲି ନିଜେ ବିନୋଦିନୀ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଆହତ ବିନୋଦିନୀଙ୍କୁ ହସ୍ପିଟାଲ ପଠାଇବା ସହ ତଦନ୍ତ ଜାରି ରଖିଛି।

ବିନୋଦିନୀଙ୍କ ଅଭିଯୋଗ ଅନୁସାରେ ସେ ଆଜି ରାତି ପ୍ରାୟ ୯ଟା ବେଳେ ତାଙ୍କ ଶ୍ବଶୁର ଘରକୁ ଯିବା ପାଇଁ ବାହାରିଥିଲେ। ଏତିକିବେଳେ ସରପଞ୍ଚ ହୃଷୀକେଶ ପାତ୍ର, ତାଙ୍କ ସ୍ତ୍ରୀ ରଶ୍ମିତା ପାତ୍ର ଓ ଭାଇ ବାପୁ ପାତ୍ର ହଠାତ୍ ସେଠାରେ ପହଞ୍ଚି ତାଙ୍କୁ ମାଡ଼ ମାରିଥିଲେ। ଫାର୍ସା ମାଡ଼ରେ ତାଙ୍କ ବାହୁ ଓ କଙ୍କାଳରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତେବେ ତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିବାରୁ ଆକ୍ରମଣକାରୀମାନେ ପଳାଇଥିଲେ। ସୂଚନାଯୋଗ୍ୟ ଯେ, ହୋଲି ଦିନ ରାଜେଶ ପାତ୍ର ଓ ରିତେଶ ପାତ୍ର ମିଳିତ ଭାବେ ସେହି ଗାଁର ମୋହନ ପାତ୍ରଙ୍କୁ କଟୁରିରେ ହାଣି ଗୁରୁତର କରିଥିଲେ।

ଏହାପରେ ମୋହନଙ୍କ ପରିବାର ଲୋକେ ଓ ଗ୍ରାମବାସୀମାନେ ମିଳିତ ଭାବେ ରାଜେଶ ଓ ରିତେଶଙ୍କ ଘରେ ପଶି ପରିବାର ଲୋକଙ୍କୁ ମାଡ଼ ମାରିବା ସହ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଏହି ଗୋଷ୍ଠୀ ସଂଘର୍ଷ ମାମଲାରେ ପୁଲିସ ରାଜେଶ, ରିତେଶ ଏବଂ ପ୍ରତିପକ୍ଷରୁ ୨ ଜଣଙ୍କୁ ଗିରଫ କରିଥିଲା। ଏହି ମାମଲାରେ ସରପଞ୍ଚଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ତେରୁ ରାଗରେ ଆଜି ସରପଞ୍ଚଙ୍କ ପରିବାର ଲୋକେ ରାଜେଶଙ୍କ ଭଉଣୀ ବିନୋଦିନୀଙ୍କୁ ଆକ୍ରମଣ କରିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe