ଚୋରା ବାଲି ଚାଲାଣ ନେଇ ସରପଞ୍ଚଙ୍କ ଅଭିଯୋଗ

Advertisment
ଲଘୁ ଖଣିଜ ଲୁଟ୍, ୯ମାସରେ ୨.୫୦ କୋଟି ଜରିମାନା ଆଦାୟ

New Indian Express

ଧଉଳି : ଦୟାନଦୀରୁ ବେଆଇନ ଭାବେ ବାଲି ଉଠାଣ ହେଉଥିବା ଅଭିଯୋଗ ହେଉଛି। କିଛି ବ୍ୟକ୍ତି ଜାତୀୟ ରାଜପଥରେ ଉକ୍ତ ବାଲି ଗଦା କରିବା ଯୋଗୁଁ ରାସ୍ତା ଅବରୋଧ ଭଳି ସମସ୍ୟା ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଖୋଦ୍‌ ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ ଏ ସଂପର୍କରେ ଭୁବନେଶ୍ବର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଆଜି ପୂର୍ବାହ୍ନରେ ତହସିଲଦାର ପ୍ରଦୀପ କୁମାର ସାହୁ ଧଉଳି ଛକ ସଂଲଗ୍ନ ଅଞ୍ଚଳ ଓ ଧଉଳି ଥାନା ନିକଟରେ ଅତର୍କିତ ଚଢ଼ଉ କରିଥିଲେ। ଧଉଳି ଥାନା ନିକଟରେ ବାଲି, ଚିପ୍ସ ଗଦା କରି କାରବାର ଚଳାଇଥିବା ସନାତନ ସ୍ବାଇଁଙ୍କ ସମେତ ଅନ୍ୟମାନଙ୍କୁ ଦୁଇଦିନ ମଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe