ସର୍ବୋଦୟ ନେତା ବାଉରୀବନ୍ଧୁ ମହାନ୍ତିଙ୍କ ୧୬ତମ ଶ୍ରାଦ୍ଧବାର୍ଷିକୀ

Advertisment
ସର୍ବୋଦୟ ନେତା ବାଉରୀବନ୍ଧୁ ମହାନ୍ତିଙ୍କ ୧୬ତମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ବର: ଅସ୍ପୃଶ୍ୟତା ଓ ଧର୍ମାନ୍ଧତା ମାନବ ସଭ୍ୟତାର ଏକ ବଡ଼ବ୍ୟାଧି। ଏବେ ବି ଏହାର ପ୍ରଭାବରେ ସମାଜ ଅତିଷ୍ଠ ବୋଲି ବିଶିଷ୍ଟ ଭୂଦାନ ଓ ସର୍ବୋଦୟ ନେତା ବାଉରୀବନ୍ଧୁ ମହାନ୍ତିଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହକୁ ଉଦ୍‌ଘାଟନ କରି ବରିଷ୍ଠ ସର୍ବୋଦୟ ନେତା ଶୈଳଜ ରବି ମତବ୍ୟକ୍ତ କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ଦୁଳି ଗ୍ରାମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଉରୀବନ୍ଧୁଙ୍କ ତ୍ୟାଗ ଉପରେ ଆଲୋକପାତ କରି ପୂର୍ବତଟ ରେଳପଥର ବରିଷ୍ଠ ଜନ ସଂପର୍କ ଅଧିକାରୀ ନିରାକାର ଦାସ କହିଲେ ଦେଶ ବର୍ତ୍ତମାନ ସଂକଟଜନକ ପରିସ୍ଥିତିରେ ଗତି କରୁଛି। ସେଥିପାଇଁ ଯୁବସମାଜ ବାଉରୀବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶକୁ ସଂକଟରୁ ଉଦ୍ଧାର କରିବାକୁ ଆଗେଇ ଆସିବା ଉଚିତ୍‌। କବି ଡ. ବାସୁଦେବ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଗାଳ୍ପିକା ଅବନ୍ତୀ ବେହେରା, ଶିକ୍ଷାବିତ୍‌ ରାମଚନ୍ଦ୍ର ପଟ୍ଟନାୟକ, ସାମ୍ବାଦିକ ଅରୁଣ କାନୁନ୍‌ଗୋ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କବି ଅକ୍ଷୟ ରାଉଳ, ଅବସରପ୍ରାପ୍ତ ଶିକ୍ଷକ ଗୋପାଳ ଚନ୍ଦ୍ର ମହାନ୍ତି ଓ ବିଜୟ କେତନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବିଶିଷ୍ଟ କଥାକାର ବାସନ୍ତୀ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ବିଜୟ କୁମାର ମହାନ୍ତି ମଞ୍ଚ ସଂଚାଳନ କରିଥିଲେ। ଅଶୋଚ୍ୟା ସିଦ୍ଧତପା ଧନ୍ୟବାଦ ଦେଇଥିଲେ। କ୍ଷୀରୋଦ ବେହେରା, ଅଜିତ ମହାନ୍ତି, ବାବା ନିଗମାନନ୍ଦ ଦାସ, ଦିବାକର ମଥାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe