‘ଶତାବ୍ଦୀର କଳାକାର’ର ନାଟ୍ୟଚକ୍ର

Advertisment
‘ଶତାବ୍ଦୀର କଳାକାର’ର ନାଟ୍ୟଚକ୍ର

ଭୁବନେଶ୍ବର: ଶତାବ୍ଦୀର କଳାକାର ଅନୁଷ୍ଠାନ ପକ୍ଷରୁ ରବିବାର ମାସିକ ନାଟ୍ୟଚକ୍ର ଅନୁଷ୍ଠିତ ହୋଇଯାଇଛି। ଧୀର ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଡ. ଉପେନ୍ଦ୍ର ନ‌ାୟକ ଉଦ୍‌ଘାଟନ କରିଥିଲେ। ପ୍ରାରମ୍ଭରେ ବିଶିଷ୍ଟ ନାଟ୍ୟକାର ଚନ୍ଦ୍ରଶେଖର ନନ୍ଦଙ୍କ ସହ ସାକ୍ଷାତକାର ନେଇଥିଲେ ଯୁବ ନାଟ୍ୟକାର ଭବାନୀ ଶଙ୍କର ତ୍ରିପାଠୀ। ମଂଚ, ବେତାର ଓ ଦୂରଦର୍ଶନ ପାଇଁ ମୋଟ ୫୮ଟି ନାଟକ ରଚନା କରି ସାରିଥିବା ନାଟ୍ୟକାର ଶ୍ରୀ ନନ୍ଦ ନାଟକ ରଚନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ନିଜ ଜାତି, ଭାଷା ଓ ପରମ୍ପରାକୁ ଭଲ ଭାବେ ଜାଣିବା ସହ ସାହିତ୍ୟ ଅଧ୍ୟୟନ ଅଭ୍ୟାସ କଲେ, ଭଲ ନାଟକ ରଚନା ସମ୍ଭବ ହେବ ବୋଲି ସେ କହିଥିଲେ। ପରେ ଡ. ଗୌରାଙ୍ଗ ରାଉତଙ୍କ ରଚନା ଓ ନିର୍ଦେଶନାରେ ନାଟକ ‘ଶାନ୍ତିର ସନ୍ଦେଶ’ ମଞ୍ଚସ୍ଥ ହୋଇଥିଲା। ଅନୁଷ୍ଠାନର ୨୪ତମ ବ୍ୟାଚ୍‌ର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe