ଭୁବନେଶ୍ୱର : ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ କେ-୪ କଳିଙ୍ଗ ନଗରଠାରେ ପ୍ଲାଷ୍ଟିକ ବର୍ଜନ ସଚେତନତା ଅଭିଯାନ ଅନୁଷ୍ଠିିତ ହୋଇଯାଇଛି। ଏଥିରେ ପଦାର୍ଥ ବିଜ୍ଞାନୀ ନିରଞ୍ଜନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂଗଠନର ସଭାନେତ୍ରୀ ସବିତା ପୃଷ୍ଟିଙ୍କ ସଭାପତିିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ପରିବେଶ ସମିତିର ସଭାପତି ସୁନ୍ଦର ନାରାୟଣ ପାତ୍ର ଓ ସମ୍ମାନିତ ଅତିଥି ଭାବେ ରଘୁନାଥ ପୃଷ୍ଟି ଯୋଗ ଦେଇଥିଲେ। ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ନେଇ ପ୍ଲାଷ୍ଟିକ୍ ବର୍ଜନ ଉପରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ଓ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶତାକ୍ଷୀର ସମ୍ପାଦିକା ମମତା ବିଶ୍ୱାଳ, ଉପସଭାପତି ଭାଗ୍ୟବତୀ ମଲ୍ଲିକ, ମୀରା ରଥ ଓ ଉର୍ମିଳା ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us