ସରିଲା ସତ୍ରୀୟ ସଙ୍ଗୀତ ସମାରୋହ

Advertisment
ସରିଲା ସତ୍ରୀୟ ସଙ୍ଗୀତ ସମାରୋହ

ଭୁବନେଶ୍ବର: ସନ୍ଥ ଶ୍ରୀମନ୍ତଦେବଙ୍କ ଅମଳିନ ଭକ୍ତି ରଚନାରେ ପରିପୁଷ୍ଟ ସତ୍ରୀୟ ସଙ୍ଗୀତ ଅନ୍ତର୍ଗତ ବରଗୀତ୍‌ର ତ୍ରିବିଧ ଶୈଳୀ ପରସି ଦେଇ ଶିଳ୍ପୀମାନେ ରବୀନ୍ଦ୍ର ମଣ୍ଡପରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ। ଅବସର ଥିଲା, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ଆନୁକୂଲ୍ୟରେ ଗୌହାଟୀସ୍ଥିତ ସତ୍ରୀୟ କେନ୍ଦ୍ର ପକ୍ଷରୁ ତିନିଦିନ ଧରି ଆୟୋଜିତ ହୋଇଥିବା ସତ୍ରୀୟ ସଂଗୀତ ସମାରୋହର ଉଦ୍‌ଯାପନୀ ଉତ୍ସବର।

କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଜେନା ଓ ସତ୍ରୀୟ କେନ୍ଦ୍ର ନିର୍ଦ୍ଦେଶକ ରାଜୁ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସତ୍ରୀୟ ସଙ୍ଗୀତର ପ୍ରଥମ ଉପସ୍ଥାପନାରେ ପ୍ରଶାନ୍ତ ରାଜଖୋୱା ଏକକ ଗାୟନରେ ବରଗୀତ୍‌ ପରିବେଷଣ କରିଥିଲେ। ମନୋଜ କୁମାର ଦାସ ଖୋଳ ବାଦନ କରି ଏକ ଆବେଗମୟ ପରିବେଶ ସୃଷ୍ଟି କରିଥିଲେ। ମୁଖେଶ୍ବର କଚାରି ଓ କନକ କଚାରି ଶିଳ୍ପୀଦ୍ବୟଙ୍କ ଦ୍ବୈତ ଖୋଳ ବାଦନ ବେଶ୍‌ ମନଛୁଆଁ ଥିଲା।

ଦେଶର ସୁପ୍ରଖ୍ୟାତ ଶାସ୍ତ୍ରୀୟ ଶିଳ୍ପୀ ଅଶ୍ବିନୀ ଭିଡ଼େ ଦେଶପାଣ୍ଡେଙ୍କ ସତ୍ରୀୟା ସଙ୍ଗୀତ ସଂଧ୍ୟାର ପରିବେଶକୁ ରସସିକ୍ତ କରୁଥିଲା। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପୀ ବିଶ୍ବଜିତ ବୋରଡୋଲେ, ଏ. କୌଶିକ ଦାସ, ସଙ୍ଗୀତା କଟାକି, ଦେବଜ୍ୟୋତି ସାଇକିଆ, ନବକୁମାର ଦାସ, ସୁରେନ୍ଦ୍ରନାଥ ଓଝା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe