ସତ୍ୟନଗର ଲେଡିଜ୍‌ ଫୋରମ୍‌ ପକ୍ଷରୁ କର୍କଟ ସଚେତନତା ଶୋଭାଯାତ୍ରା

Advertisment
ସତ୍ୟନଗର ଲେଡିଜ୍‌ ଫୋରମ୍‌ ପକ୍ଷରୁ କର୍କଟ ସଚେତନତା ଶୋଭାଯାତ୍ରା

ଭୁବନେଶ୍ୱର : ବିଶ୍ୱ କର୍କଟ ଦିବସ ଉପଲକ୍ଷେ ସତ୍ୟନଗର ଲେଡିଜ୍‌ ଫୋରମ୍‌ ଓ ଓମ୍‌ ସାଇ ଟ୍ରଷ୍ଟ, ଭୁବନେଶ୍ୱର ମିଳିତ ସହଯୋଗରେ କର୍କଟ ସଚେତନତା ପାଇଁ ଏକ ଶୋଭାଯାତ୍ରା ଓ ସମାରୋହ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ଭାରତ ସ୍ୱାଉଟ୍‌ ଓ ଗାଇଡ଼୍‍ ପରିସରଠାରୁ ଶୁଭାରମ୍ଭ ହୋଇଥିଲା। ଏଥିରେ ୧୦୦ରୁ ଊର୍ଧ୍ୱ ସ୍କାଉଟ୍‌ ଓ ଗାଇଡ଼୍‍ କ୍ୟାଡେଟ ଅଂଶଗ୍ରହଣ କରି ଲୋକମାନଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, କର୍କଟ ରୋଗ ବିଶେଷଜ୍ଞ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଗିରୀଶ ଚନ୍ଦ୍ର ମିଶ୍ର, ଅନସୂୟା ଦାସ ଏବଂ ଅନ୍ୟ ଅତିଥିମାନେ ଯୋଗଦେଇ ଏହି ଭୟାନକ ରୋଗରୁ ଦୂରେଇ ରହିବା ପାଇଁ ସଚେନତ ହେବାକୁ ହେବ ବୋଲି ପରାମର୍ଶ ଦେଇଥିଲେ। ସତ୍ୟନଗର ଲେଡିଜ ଫୋରମ୍‌ ସମ୍ପାଦିକା ଅନୁରାଧା ଦାଶ ସଚେତନତା ମାଧ୍ୟମରେ ଭୁବନେଶ୍ୱର ସହରକୁ ସମ୍ପୂର୍ଣ୍ଣ ତମାଖୁମୁକ୍ତ କରିବା ପାଇଁ ଉପସ୍ଥିତ ସମାଜସେବୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଶପଥ କରାଇଥିଲେ। ଏଥିରେ ଫୋରମ୍‌ ଓ ଓମ୍‌ ସାଇ ଟ୍ରଷ୍ଟର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ। ଓମ୍‌ ସାଇ ଟ୍ରଷ୍ଟର ଟ୍ରଷ୍ଟି ଜ୍ୟୋତ୍ସ୍ନା ପରିଡ଼ା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe