ମହାନଦୀ ବଞ୍ଚାଅ ଆନ୍ଦୋଳନର ନଦୀ ସୁରକ୍ଷା ବୈଠକ

Advertisment

ପ୍ରତିମାସ ସଂକ୍ରାନ୍ତିରେ ନଦୀ ଆଳତି, ନଦୀଜମିକୁ ଜବରଦଖଲରୁ ମୁକ୍ତିପାଇଁ ଦାବି

ପ୍ରତିମାସ ସଂକ୍ରାନ୍ତିରେ ନଦୀ ଆଳତି, ନଦୀଜମିକୁ ଜବରଦଖଲରୁ ମୁକ୍ତିପାଇଁ ଦାବି

ମହାନଦୀ ପ୍ରସଙ୍ଗ ଏଥର ଅଲୋଡ଼ା: ଓଡ଼ିଶାରେ ଛତିଶଗଡ଼‌ ନେତାଙ୍କ ମାରାଥନ୍‌ ପ୍ରଚାର

ଭୁବନେଶ୍ୱର/ନିମାପଡ଼ା: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଭାର୍ଗବୀ ନଦୀକୂଳରେ ନିମାପଡ଼ା ବ୍ଲକ ହରିପୁରର ବିଶ୍ୱେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ନଦୀ ସୁରକ୍ଷା ସଂକ୍ରାନ୍ତ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। କୁଶଭଦ୍ରା, ଧନୁଆ, ଦୟା ଓ ଭାର୍ଗବୀ ନଦୀ ଆନ୍ଦୋଳନର ଅନେକ ନେତା ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବରୁ ହୋଇଥିବା ରାଜ୍ୟସ୍ତରୀୟ ବୈଠକର ନିଷ୍ପତି, ଯଥା ଓଡ଼ିଶା ପାଇଁ ନଦୀନୀତି, ନଦୀ ମିଶନ ଗଠନ, ଟ୍ରିବୁନାଲ ବାହାରେ ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ, ରାଜ୍ୟର ନଦନଦୀଗୁଡ଼ିକର ତାଲିକା ପ୍ରସ୍ତୁତ ଇତ୍ୟାଦି ଦାବିଗୁଡ଼ିକୁ ଅନୁମୋଦନ କରାଯାଇଥିଲା।

ପ୍ରତିମାସ ସଂକ୍ରାନ୍ତିରେ ନଦୀ ଆଳତି
ନଦୀଜମିକୁ ଜବରଦଖଲରୁ ମୁକ୍ତିପାଇଁ ଦାବି
ଗଠନ ହେବ ନଦୀ ପଞ୍ଚାୟତ

ଏହା ସହିତ ଲୋକଙ୍କୁ ନଦୀ ସହିତ ଯୋଡ଼ିବାଲାଗି ପ୍ରତିମାସର ସଂକ୍ରାନ୍ତି ଦିନ ନଦୀ ଆଳତି କରିବା, ନଦୀର ସୁରକ୍ଷା ପାଇଁ ନଦୀ ପଞ୍ଚାୟତ ଗଠନ ପାଇଁ ବୈଠକରେ ଆହ୍ବାନ ଦିଆ ଯାଇଛି l ଅନେକ ନଦୀର ଜମି ଜବରଦଖଲରେ ରହିଥିବାରୁ ତାହାକୁ ଉଦ୍ଧାର କରିବାପାଇଁ ତହସିଲଦାରମାନଙ୍କୁ ଦାବିପତ୍ର ଦିଆଯିବାର ନିଷ୍ପତି ନିଆଯାଇଛି l ଏହା ସହିତ ନଦୀ ଅବବାହିକାରେ ବ୍ୟାପକ ବୃକ୍ଷରୋପଣ ପାଇଁ ମଧ୍ୟ ଆହ୍ବାନ ଦିଆ ଯାଇଛି। ଏହି କାର୍ଯ୍ୟକ୍ରମଗୁଡ଼ିକ ପ୍ରଥମେ ଦୟା, ଭାର୍ଗବୀ, କୁଶଭଦ୍ରା ଓ ଧନୁଅlରୁ ଆରମ୍ଭ ହେବବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଜଣାଇଛନ୍ତି। ଭାର୍ଗବୀ ନଦୀ ଆନ୍ଦୋଳନର ନେତା ନୀରଦ ବରଣ ଖୁଣ୍ଟିଆଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଓପନ୍‌ ଲର୍ଣିଂ ସିଷ୍ଟମ୍‌ର ନିର୍ଦେଶକ ପ୍ରକାଶ ରଥ, ମହାନଦୀ ଆନ୍ଦୋଳନର ପ୍ରବକ୍ତା ପ୍ରସନ୍ନ ବିଶୋଇ, ଦୟା ଆନ୍ଦୋଳନର ନେତା ସଚ୍ଚିକାନ୍ତ ପ୍ରଧାନ, ଉତ୍ପଳ ଦାଶଗୁପ୍ତା, ବିଭୁତି ମିଶ୍ର, ରାଜକିଶୋର ପରିଡାଙ୍କ ସମେତ ଭାର୍ଗବୀ, ଦୟା, ଧନୁଆ ଓ କୁଶଭଦ୍ରା ନଦୀ ସୁରକ୍ଷା ପାଇଁ କାର୍ଯ୍ୟରତ ଶତାଧିକ ସାମାଜିକ କର୍ମୀ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଓପନ୍‌ ଲର୍ଣ୍ଣିଂ ସିଷ୍ଟମ୍‌ ଦ୍ୱାରା ନିମାପଡ଼ା ଅଞ୍ଚଳରେ ୬୦ ରୁ ଅଧିକ ଗ୍ରାମରେ ନଦୀ ସୁରକ୍ଷା ସମିତି ଗଠିତ ହୋଇ ସରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe