ସୈନିକ ସ୍କୁଲର ୫୭ତମ ପ୍ରତିଷ୍ଠା ଦିବସ ପାଳିତ

Advertisment
ସୈନିକ ସ୍କୁଲର ୫୭ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଆଚାର୍ଯ୍ୟବିହାରସ୍ଥିତ ସୈନିକ ସ୍କୁଲର ୫୭ତମ ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି। ଏଥିରେ ଲେପ୍ଟନାଣ୍ଟ ଜେନେରାଲ ଜୟନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଲକ୍ଷ୍ୟ ସ୍ଥିର କରିବାକୁ କ୍ୟାଡେଟ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେ ନିଜର ବିଦ୍ୟାଳୟରେ ଶିକ୍ଷାଗ୍ରହଣ ସମୟର ସ୍ମୃତିଚାରଣ କରିବା ଛାତ୍ରମାନଙ୍କୁ ମୂଲ୍ୟବାନ ବକ୍ତବ୍ୟ ଦେଇଥିଲେ। ଏହାପରେ ମୁଖ୍ୟ ଅତିଥି ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ୬ ଶହ କ୍ୟାଡେଟ କେକ୍‌ କାଟି ଏହି ଉତ୍ସବକୁ ପାଳନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପଟେନ କଞ୍ଚନ ମୁଖାର୍ଜୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଉତ୍ସବରେ ବିଦ୍ୟାଳୟର ପୂର୍ବତନ ଛାତ୍ର ଏୟାର କମୋଡର ତୁଷାରକାନ୍ତି ରଥ, କ୍ୟାପଟେନ ସରୋଜ କୁମାର ପ୍ରଧାନ, ମେଜର କେ କେ ନାୟକ, କମାଣ୍ଡର ସ୍ୱାଇଁ ଓ ବାସବ ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ମନୋରଞ୍ଜନ ରଥ ବକ୍ତବ୍ୟ ପ୍ରଦାନ କରିଥିଲେ। ଦେବାନନ୍ଦ ଗୋଲାନି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ କମାଣ୍ଡର ସନ୍ତୋଷ କୁମାର ସମ୍ପୂର୍ଣ୍ଣ ଉତ୍ସବର ତଦାରଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe