ଜଳିଗଲା ଏସ୍‌ବିଆଇ ଏଟିଏମ୍

Advertisment
ଜଳିଗଲା ଏସ୍‌ବିଆଇ ଏଟିଏମ୍

ଭୁବନେଶ୍ବର: ଆଜି ଭୋର୍‌ ପ୍ରାୟ ୪ଟା ବେଳେ ଟଙ୍କପାଣି ରୋଡ୍ ଏସ୍‌ବିଆଇ ଶାଖା ନିକଟରେ ଥିବ‌ା ବ୍ରହ୍ମେଶ୍ବରପାଟଣା ଏସ୍‌ବିଆଇ ଏଟିଏମ୍‌ରେ ହଠାତ ନିଆଁ ଲାଗିଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏଟିଏମ୍‌ ମଧ୍ୟରେ ଥିବା ଏସିରେ ସର୍ଟସର୍କିଟ୍ ହୋଇ ପ୍ରଥମେ ସିଲିଂରେ ନିଆଁ ଧରିଥିଲା। ପରେ ତାହା ପୂରା ଏଟିଏମ୍‌ କାଉଣ୍ଟର୍‌କୁ ବ୍ୟାପିଯାଇଥିଲା।

ଭିତରେ ଥିବା ଦୁଇଟି ମେସିନ୍‌ରେ ପ୍ରାୟ ୧ଲକ୍ଷ ୪୦ ହଜାରରୁ ଅଧିକ ଟଙ୍କା ରହିଥିବା ସୂଚନା ମିଳିଛି। ତେବେ ମେସିନ୍‌ରେ ଥିବା ଟଙ୍କା ସୁରକ୍ଷିତ ଅଛି କି ନାହିଁ, ତାହା ଜଣାପଡ଼ିନାହିଁ। ଆସନ୍ତାକାଲି ପୁଲିସ ଓ ବ୍ୟାଙ୍କର ଉପରିସ୍ଥ ଅଧିକାରୀ ଓ ଏଟିଏମ୍‌ ପରିଚାଳନା କରୁଥିବା କର୍ମଚାରୀଙ୍କ ଉପସ୍ଥିତିରେ ଏଟିଏମ୍‌ ମେସିନ୍‌ ଖୋଲାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe