୧୧ ଯାଏ ଏସ୍‌ବିଆଇ ମୁଖ୍ୟ ଶାଖା ସିଲ୍, ବାହାରିଲେ ଆଉ ୧୭ ଆକ୍ରାନ୍ତ

Advertisment
ଜମା, ଋଣ ସୁଧ ହାର ବଢ଼ାଇଲା ଷ୍ଟେଟ ବ୍ୟାଙ୍କ

Ommcom News

ଭୁବନେଶ୍ବର : ୟୁନିଟ୍‌-୧ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖାରୁ ଆଉ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ବ୍ୟାଙ୍କର ତଳ ଓ ପ୍ରଥମ ମହଲାକୁ ଆଉ ୪ଦିନ ପାଇଁ ସିଲ୍‌ କରାଯାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କକୁ ସିଲ୍‌ କରାଯାଇଛି ବୋଲି ଆଜି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏପ୍ରିଲ ୪ ତାରିଖରେ ବ୍ୟାଙ୍କର ୭ଜଣ କର୍ମଚାରୀ ସଂକ୍ରମିତ ଜଣାପଡ଼ିବା ପରେ ବିଏମ୍‌ସି ବ୍ୟାଙ୍କକୁ ୪ରୁ ୬ତାରିଖ ପର୍ଯ୍ୟନ୍ତ ୪୮ଘଣ୍ଟା ପାଇଁ ସିଲ୍‌ କରିଥିଲା। ଏହାପରେ ସମସ୍ତ କର୍ମଚାରୀଙ୍କର ଆର୍‌ଟିପିସିଆର୍ ପରୀକ୍ଷା ହୋଇଥିଲା। ଏଥିରୁ ଆଉ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ୮ରୁ ୧୧ତାରିଖ ପର୍ଯ୍ୟନ୍ତ ୯୬ଘଣ୍ଟା ପାଇଁ ବ୍ୟାଙ୍କକୁ ସିଲ୍‌ କରିଦିଆଯାଇଛି। ଏହାସହ ସମସ୍ତ ଆକ୍ରାନ୍ତଙ୍କୁ ଘରେ ସଙ୍ଗରୋଧ ରହିବାକୁ କୁହାଯାଇଛି। ବାକି କର୍ମଚାରୀଙ୍କ ମଧ୍ୟରେ କାହାର କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ଆର୍‌ଟିପିସିଆର୍ ପରୀକ୍ଷା କରିବାକୁ କୁହାଯାଇଛି। ଏହି ୯୬ ଘଣ୍ଟା ପର୍ଯ୍ୟନ୍ତ ବିଏମ୍‌ସି କର୍ମଚାରୀଙ୍କ ବ୍ୟତୀତ କେହି ବ୍ୟାଙ୍କକୁ ପ୍ରବେଶ କରିପାରିବେନି ବୋଲି କୁହାଯାଇଛି।

ଏସ୍‌ବିଆଇ ମୁଖ୍ୟ ଶାଖାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ୟୁନିଟ୍‌-୧ ହାଟ, ଭେଣ୍ଡିଂ ଜୋନ୍ ଓ ଫଳ ଦୋକାନୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କାରଣ ବ୍ୟାଙ୍କର ବହୁ କର୍ମଚାରୀ ଏଠାରେ ବିଭିନ୍ନ ସାମଗ୍ରୀ କିଣାକିଣି କରିଥିଲେ। ଏପରିକି ଏହି ବ୍ୟବସାୟୀମାନେ ଟଙ୍କା ଉଠାଣ ପାଇଁ ମୁଖ୍ୟ ଶାଖାରେ ଥିବା ଏଟିଏମ୍‌କୁ ଯାଇଥିଲେ। ତେଣୁ କରୋନା ଆଶଙ୍କାରେ ବ୍ୟବସାୟୀମାନେ ଭୟଭୀତ ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe