ହୋଟେଲ ‘ନିମନ୍ତ୍ରଣ’ରେ ଘୋଟାଲା: ବନ୍ଧାହେଲେ ମ୍ୟାନେଜର ଓ ଆକାଉଣ୍ଟାଣ୍ଟ

Advertisment

୬ ମାସରେ ସାଢ଼େ ୧୭ଲକ୍ଷ ହଡ଼ପ

୬ ମାସରେ ସାଢ଼େ ୧୭ଲକ୍ଷ ହଡ଼ପ

ହୋଟେଲ ‘ନିମନ୍ତ୍ରଣ’ରେ ଘୋଟାଲା: ବନ୍ଧାହେଲେ ମ୍ୟାନେଜର ଓ ଆକାଉଣ୍ଟାଣ୍ଟ

My City Links

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଖୋଲାଯାଇଥିବା ‘ନିମନ୍ତ୍ରଣ’ ପ୍ରକଳ୍ପକୁ ବର୍ଷଟେ ପୁରିନି, ଅଥଚ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କଲେଣି କର୍ମଚାରୀ। ଗତ ୬ମାସ ମଧ୍ୟରେ ସାଢ଼େ ୧୭ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଆକାଉଣ୍ଟାଣ୍ଟ ସୁନୀଲ କୁମାର ଘଡ଼େଇ(୨୭) ଓ ମ୍ୟାନେଜର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓରଫ ରାଜା(୫୮)କୁ ଗିରଫ କରିଛି।

ସୂଚନା ମୁତାବକ ସୁନୀଲ ଓ ରାଜା ଟଙ୍କା ହଡ଼ପ ପାଇଁ ପ୍ରକଳ୍ପ ଆରମ୍ଭରୁ ଯୋଜନା ପ୍ରସ୍ତୁତ କରିଥିଲେ। ନିୟମାନୁସାରେ ପ୍ରତିଦିନର ଆୟବ୍ୟୟ ହିସାବ ବ୍ୟାଙ୍କ ଖାତାରେ ରହିବା କଥା। କିନ୍ତୁ ଅଭିଯୁକ୍ତଦ୍ବୟ ସେମାନଙ୍କ ଯୋଜନା ମୁତାବକ ପ୍ରତିଦିନର ଆୟରୁ ୫୦ ପ୍ରତିଶତ ନିଜ ପାଖରେ ରଖୁଥିଲେ। ବାକି ଟଙ୍କା ବ୍ୟାଙ୍କରେ ଜମା କରୁଥିଲେ। କିଛି ଦିନ ତଳେ ଜଣେ କର୍ମଚାରୀ ସଉଦାପତ୍ର ପାଇଁ ଡିଭିଜିନାଲ୍‌ ମ୍ୟାନେଜରଙ୍କୁ ୫ଲକ୍ଷ ଟଙ୍କା ମାଗିଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଯିବା ବେଳେ ଆକାଉଣ୍ଟରେ ମାତ୍ର ୩୨୦ଟଙ୍କା ଜମା ଥିବା ଜଣାପଡ଼ିଥିଲା। ଏନେଇ ଡିଭିଜିନାଲ୍‌ ମ୍ୟାନେଜର ପ୍ରଶାନ୍ତ ପଣ୍ଡା ଖୋଳତାଡ୍‌ କରିଥିଲେ ଓ ଆକାଉଣ୍ଟ ସହ କ୍ୟାସ୍‌ବୁକ୍‌ ଯାଞ୍ଚ କରିଥିଲେ। ପରେ ଏହି ଟଙ୍କା ହଡ଼ପ କଥା ପଦାକୁ ଆସିଥିଲା। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲା। ଆଜି ପୁଲିସ ଉଭୟଙ୍କୁ ‌କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe