/sambad/media/post_attachments/wp-content/uploads/2020/05/drain-bk-f-300x168.jpg)
ଠିକ୍ ସେହିଭଳି ୱାର୍ଡ ନମ୍ବର ୬୭ରେ ହାଟ ଉନ୍ନତୀକରଣ ପାଇଁ ଦୁଇଟି ପର୍ଯ୍ୟାୟରେ ୧ କୋଟି ୩ ଲକ୍ଷ ୯୪ ହଜାର ୨୫୮ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୮ ମସିହା ଜୁଲାଇ ମାସରେ ୨୯ ଲକ୍ଷ ୮୩ ହଜାର ୩୧୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସେହି ବର୍ଷ ନଭେମ୍ବର ମାସରେ ୭୩ ଲକ୍ଷ ୧୦ ହଜାର ୯୪୮ ଟଙ୍କା ଖର୍ଚ୍ଚ ହୋଇଛି। ଏଭଳି ଗୋଟିଏ ବର୍ଷରେ ଦୁଇ ଦୁଇ ଥର ଉନ୍ନତୀକରଣ କାମ ହୋଇଥିବା ବିଏମ୍ସି ଦର୍ଶାଇଥିଲେ ମଧ୍ୟ ଭାଉଚର ଦାଖଲ କରିନାହିଁ।
ସେହିଭଳି ବିଏମ୍ସି ଗୋଟିଏ ବର୍ଷରେ ଦୁଇଥର ଲକ୍ଷ୍ମୀସାଗରରେ ଥିବା ‘ଫିସେରି ପଣ୍ଡ’ ଉନ୍ନତୀକରଣରେ ୭୪ ଲକ୍ଷ ୩୫ ହଜାର ୧୭୮ ଟଙ୍କା ଖର୍ଚ୍ଚ କରିଛି। ୨୦୧୮ ମସିହା ଏପ୍ରିଲ ମାସରେ ୩୭ ଲକ୍ଷ ୭୧ ହଜାର ୭୨୯ ଓ ସେହି ବର୍ଷ ଜୁନ୍ ମାସରେ ୩୬ ଲକ୍ଷ ୬୩ ହଜାର ୪୩୯ ଟଙ୍କା ଖର୍ଚ୍ଚ କରିଛି। ବର୍ତ୍ତମାନ ଏହି ମାଛ ପୋଖରୀର ଅବସ୍ଥା ଦେଖିଲେ ୪ ବର୍ଷ ମଧ୍ୟରେ ୭୪ ଲକ୍ଷରୁ ଊର୍ଦ୍ଧ୍ବ ଖର୍ଚ୍ଚ ହୋଇଥିବା ଲାଗୁନାହିଁ। ବଡ଼କଥା ହେଉଛି ଅମୃତ ଯୋଜନାରେ ଏହାର ଉନ୍ନତୀକରଣ କରିବାକୁ ଖୋଦ୍ ମେୟର ଘୋଷଣା କରିଛନ୍ତି। ତେବେ ସେ ଯାହାବି ହେଉ ଦୁଇଥରରେ ଖର୍ଚ୍ଚ ହୋଇଥିବା ୭୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଭାଉଚର ବିଏମ୍ସି ଦାଖଲ କରିପାରି ନାହିଁ। ଏହା ବ୍ୟତୀତ ସୁନ୍ଦରପଦା ହାଟରେ ଖର୍ଚ୍ଚ ହୋଇଥିବା ୨୫ ଲକ୍ଷ ୧୭ ହଜାର ୨୨୧ ଟଙ୍କା, ୱାର୍ଡ ନମ୍ବର ୧୫ରେ ବ୍ୟାୟାମଶାଳାରେ ଖର୍ଚ୍ଚ ହୋଇଥିବା ୧୦ ଲକ୍ଷ ୨ ହଜାର ୬୧୫ ଟଙ୍କା, କପିଳେଶ୍ବର ପୋଖରି ଉନ୍ନତୀକରଣରେ ୧୪ ଲକ୍ଷ ୩୦ ହଜାର ୯୪୨ ଟଙ୍କା, ୨୩ ନମ୍ବର ୱାର୍ଡ ଚୁଆ ପୋଖରି ଉନ୍ନତୀକରଣରେ ୧୫ ଲକ୍ଷ ୩୧ ହଜାର ୬୭୫ ଟଙ୍କା ଖର୍ଚ୍ଚର ଭାଉଚର ଦାଖଲ ହୋଇନାହିଁ।
/sambad/media/post_attachments/wp-content/uploads/2022/01/bmc-office-300x188.jpg)
ଗୋଟିଏ ପଟେ ୫୪ କୋଟିର ବୋଝ ମୁଣ୍ଡରୁ ଓହ୍ଲାଇନଥିବା ବେଳେ ଏବେ ୨୨କୋଟିର ନୂଆ ବୋଝ ବିଏମ୍ସି ଇଞ୍ଜିନିୟରିଂ ସେକ୍ସନର ଅକଲ ଗୁଡ଼ୁମ୍ କରିଛି। ସିଟି ଇଞ୍ଜିନୟର ନିଜେ ଫାଇଲ୍ ଧରି ଲୋକାୟୁକ୍ତରେ ହାଜର ହେବାକୁ ଆଦେଶ ହେବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ୫୪ କୋଟି ଭଳି ଏହି ୨୨ କୋଟିର ଭାଉଚର ଉଭାନ୍ ଘଟଣା କାଳେ ଲୋକାୟୁକ୍ତ ଚାଲିଯିବ ସେ ନେଇ ଅଧିକାରୀଙ୍କୁ ଭୟ ଘାରିଛି। ଏଣୁ ୪ ଜଣ କର୍ମଚାରୀଙ୍କୁ ଧରି ଅଧିକାରୀ ଦୁଇ ଦିନ ହେଲା ରେକର୍ଡ ରୁମ୍ ଘାଣ୍ଟୁଥିବା ଖବର ମିଳିଛି। ଉଭୟ ୫୪ ଓ ୨୨ କୋଟିର ହିସାବ ଏକାଥରକେ ହାତେଇବାକୁ ଅଧିକାରୀ ଅଣ୍ଟା ଭିଡ଼ିଛନ୍ତି।
Follow Us