କରୋନା ବ୍ୟାପିବାର ବାଟ ମେଲା, ଏସ୍‌ସିବି ନ୍ୟୁରୋଲୋଜି ବିଭାଗ‌

Advertisment
କରୋନା ବ୍ୟାପିବାର ବାଟ ମେଲା, ଏସ୍‌ସିବି ନ୍ୟୁରୋଲୋଜି ବିଭାଗ‌

କଟକ: କରୋନା ମହାମାରୀର ବର୍ତ୍ତମାନ ପରିସ୍ଥିତିରେ ସବୁଠୁ ବଡ଼ ଔଷଧ ହେଉଛି ସାମାଜିକ ଦୂରତା। ସରକାର ବାରମ୍ବାର ଏହା ଉପରେ ଗୁରୁତ୍ବ ଦେଉଛନ୍ତି। କିନ୍ତୁ କଟକ ବଡ ‌ମେଡିକାଲ ନ୍ୟୁରୋଲୋଜି ବିଭାଗରେ ଆଜିର ଦୃଶ୍ୟକୁ ଯେ କେହି ବି ଦେଖିବ, ଆଶ୍ଚର୍ଯ୍ୟ ଚକିତ ହୋଇଯିବ। ବିଭିନ୍ନ ଅଞ୍ଚଳରୁ ରୋଗ ଚିକିତ୍ସା ପାଇଁ ବିଭାଗକୁ ଆସିଥିବା ଶତାଧିକ ରୋଗୀଙ୍କ ମଧ୍ୟରେ ସାମାଜିକ ଦୂରତା ନ ଥିଲା କି ସେଠାରେ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ବି ନଥିଲା।

ସୂଚନା ଅନୁଯାୟୀ ବିଭାଗକୁ ଆଜି ୨୬୦ ଜଣ ରୋଗୀ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ କୋଭିଡ-୧୯ର ସାମାନ୍ୟତମ ସତର୍କତା କି ସୁରକ୍ଷା ନିୟମ କାର୍ଯ୍ୟକାରୀ ହେଉ ନଥିଲା। ନିୟୋଜିତ ସୁରକ୍ଷା କର୍ମୀ ବି କାହାକୁ ତାଗିଦ କରୁ ନଥିଲେ। ବରଂ ସମସ୍ତଙ୍କୁ ତାଙ୍କ ବାଟରେ ଯିବାକୁ ଦେଉଥିଲେ। ଏଭଳି ସ୍ଥିତି ଯଦି ଭବି‌ଷ୍ୟତରେ କୌଣସି ଅଘଟଣର ସୂଚନା ଆଣେ ତେବେ ସେଥିପାଇଁ କିଏ ଉତ୍ତରଦାୟୀ ହେବ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe