କାହା ସ୍ୱାର୍ଥରେ ବନ୍ଦ ହେଉଛି ରାଜ୍ୟର ୧୪ ହଜାର ସରକାରୀ ସ୍କୁଲ ?

Advertisment

୨୦ରେ ସର୍ବଦଳୀୟ ବୈଠକ ଡାକିଲା ଅଭିଭାବକ ମହାସଂଘ

୨୦ରେ ସର୍ବଦଳୀୟ ବୈଠକ ଡାକିଲା ଅଭିଭାବକ ମହାସଂଘ

‘ଅସର ୨୦୨୨’: କୋଭିଡ୍‌ ସତ୍ତ୍ବେ ସ୍କୁଲ୍‌ରେ ନାମ‌ଲେଖା ବଢ଼ିଛି

zeenews.india.com

୨୬ରୁ ଏଆଇଏସ୍‌ଏଫ୍‌ର ‘ଶିକ୍ଷା ବଞ୍ଚାଅ-ଓଡ଼ିଶା ବଞ୍ଚାଅ ଅଭିଯାନ’
ଗୁଣାତ୍ମକ ଶିକ୍ଷା ଦେବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି: ଗଣଶିକ୍ଷା ମନ୍ତ୍ରୀ

ଭୁବ‌ନେଶ୍ୱର : ୨୦ ଓ ୪୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ରାଜ୍ୟର ୧୪ ହଜାର ସରକାରୀ ବିଦ୍ୟାଳୟ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ଫେବ୍ରୁଆରି ମାସରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ଏବେ ତତ୍ପରତା ପ୍ରକାଶ ପାଇଛି। କେଉଁ ସ୍କୁଲ ବନ୍ଦ ହେବା ଲାଗି ଯୋଗ୍ୟ ତାହାର ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଏଭଳି ନିଷ୍ପତ୍ତି ସମ୍ପର୍କରେ ଜଣାପଡ଼ିବା ପରେ ସାରା ରାଜ୍ୟରେ ବିରୋଧର ସ୍ବର ଶୁଣିବାକୁ ମିଳିଛି। କାହା ସ୍ବାର୍ଥରେ ସ୍କୁଲ ବନ୍ଦ କରାଯାଉଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ସିଧାସଳଖ ପ୍ରଶ୍ନ କରିଛନ୍ତି। ଉପାନ୍ତ, ଆଦିବାସୀ ଜିଲ୍ଲାରେ ବିରୋଧର ସ୍ବର ଉଠାଇଥିବା ବେଳେ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାର ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାକୁ ଓହ୍ଲାଇ ‘ଚାଉଳ, ଅଣ୍ଡା ନିଅ, ଆମ ସ୍କୁଲ ଫେରାଇ ଦିଅ’ ବୋଲି କହିବା ପରେ ସ୍ଥିତି ଜଟିଳ ହେବାରେ ଲାଗିଛି।

ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଏକ ସର୍ବ ଦଳୀୟ ବୈଠକ ଡକାଯାଇଛି। ଆସନ୍ତା ୨୦ ତାରିଖ ଅପରାହ୍ନ ୩ଟା ୩୦ରେ ହୋଟେଲ କେଶରୀରେ ଅନୁଷ୍ଠିତ ହେବାକୁ ଥିବା ଏହି ସର୍ବଦଳୀୟ ବୈଠକକୁ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ଡକାଯାଇଛି। ସରକାରୀ ସ୍କୁଲଗୁଡ଼ିକ ନିକଟରେ ଥିବା ବେଆଇନ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବା ପରିବର୍ତେ ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ନେଇଥିବା ନିଷ୍ପତ୍ତି ଗ୍ରହଣ ଯୋଗ୍ୟ ନୁହେଁ। ଓଡ଼ିଶା ପାଇଁ ଶିକ୍ଷାର ଚରମ ବିପତ୍ତି ସମୟରେ ଉତ୍ତର ଦାୟିତ୍ୱ ନିର୍ବାହ କରି ମହାସଂଘ ରାଜ୍ୟର ସମସ୍ତ ରାଜନୈତିକ ଦଳ, ଗଣ ସଙ୍ଗଠନ, ଶିକ୍ଷାବିତ, ଶିକ୍ଷା ଅଧିକାର କର୍ମୀଙ୍କୁ ନେଇ ଏକ ସର୍ବ ଦଳୀୟ ବୈଠକ କରାଯିବ। ବୈଠକର ସର୍ବସମ୍ମତ ନିଷ୍ପତ୍ତି ଅନୁଯାଇ ପରବର୍ତୀ କାର୍ଯ୍ୟପନ୍ଥା ନିର୍ଧାରଣ କରିବ‌ ବୋଲି କୁହାଯାଇଛି। ଅଖିଳ ଭାରତ ଛାତ୍ରସଂଘ ଏହି ନିଷ୍ପତ୍ତିକୁ ବିରୋଧ କରି କହିଛି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବଜନୀନ ଶିକ୍ଷାକୁ ଧ୍ବଂସ କରିବାକୁ ଉଦ୍ୟମ କରୁଛନ୍ତି। ଜାଣିଶୁଣି ସରକାରୀ ବିଦ୍ୟାଳୟକୁ ପଙ୍ଗୁ କରି ସାଧାରଣ ଜନତାଙ୍କୁ ‌ଘରୋଇ ଶିକ୍ଷାନୁଷ୍ଠାନ ମାଧ୍ୟମରେ ଲୁଟ କରାଯିବ। ଅର୍ଥନୈତିକ ଓ ସାମାଜିକ ଅବହେଳିତ ବର୍ଗର ଛାତ୍ରଛାତ୍ରୀ ଅଧ୍ୟୟନରୁ ବଞ୍ଚିତ ହେବେ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପ୍ରତିବାଦରେ ଆସନ୍ତା ୨୬ ତାରିଖଠାରୁ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ‘ଶିକ୍ଷା ବଞ୍ଚାଅ-ଓଡ଼ିଶା ବଞ୍ଚାଅ ଅଭିଯାନ’ କରାଯିବ। ନିଷ୍ପତ୍ତି ପ୍ରତ୍ୟାହାର କରା ନ ଗଲେ ରାଜ୍ୟର ସମସ୍ତ ଛାତ୍ର ସଙ୍ଗଠନ, ଶିକ୍ଷକ ସଙ୍ଗଠନ, ଅଭିଭାବକ ସଙ୍ଗଠନ ମିଳିତ ଭାବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘର ସଭାପତି ସଂଘମିତ୍ରା ଜେନା କହିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ‌ଯେ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଉଛି। କିଛି ନୂଆ ନୁହେଁ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଗମନାଗମନକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ବଣ ପାହାଡ଼ ଘେରା ଅଞ୍ଚଳ, ନଦୀ ପାର ହୋଇ ଯିବାକୁ ପଡ଼ିବାକୁ ଥିବା ବିଦ୍ୟାଳୟଗୁଡ଼ିକ ଲାଗି କୋହଳ ମନୋଭାବ ପୋଷଣ କରାଯିବ। ତେବେ ଜିଲ୍ଲାପାଳଙ୍କ ରିପୋର୍ଟ ଆସିବା ପରେ ଚୂଡ଼ାନ୍ତ ରୂପରେଖ ହେବ। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ଦ୍ବାରା ସମସ୍ତ ବିଦ୍ୟାଳୟର ସବୁ ଶ୍ରେଣୀରେ ସବୁ ବିଷୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇପାରିବେ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe