‌ବୈଜ୍ଞାନିକ ମନୋଜ ଦାଶଙ୍କ ପରଲୋକ

‌ବୈଜ୍ଞାନିକ ମନୋଜ ଦାଶଙ୍କ ପରଲୋକ

ଭୁବନେଶ୍ବର: ଭୁବନେଶ୍ବର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆର୍‌ଏମ୍‌ଆର୍‌ସି)ର ପୂର୍ବତନ ବରିଷ୍ଠ ଉପନି‌ର୍ଦ୍ଦେଶକ ମନୋଜ କୁମାର ଦାଶଙ୍କ ନୀଳାଦ୍ରିବିହାରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୭୨ବର୍ଷ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟ‌ରେ ପତ୍ନୀ ନିରୁପମା ଦାଶ, ପୁଅ ବାସବ ବରୁଣ, ସଂପର୍କୀୟ ପୂର୍ବତନ ଆୟକର ଆୟୁକ୍ତ କୁମୁଦ କୁମାର ନାଥ, ପୂର୍ବତନ ଆୟକର ଉପଆୟୁକ୍ତ ପ୍ରଣତି ମିଶ୍ର, ଦୁଇ ଭଉଣୀ ଓ ଭଉଣୀ ଜ୍ବାଇଁ ଉପସ୍ଥିତ ଥିଲେ। ମୟୂରଭଂଜରେ ଜନ୍ମିତ ମନୋଜ ବେଙ୍ଗାଲୁରୁ ଆଇଆଇଏସ୍‌ସିରେ ରସାୟନ ବିଜ୍ଞାନରେ ଡକ୍ଟରେଟ୍‌ ଉପାଧି ହାସଲ କରି ୱାସିଂଟନ୍‌ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ରୁ ପୋଷ୍ଟ ଡକ୍ଟରେଟ୍‌ ଉପାଧି ହାସଲ କରିଥିଲେ। ତାଙ୍କ ତତ୍ତ୍ବାବଧାନରେ ଭେଷଜ ଗବେଷଣା କ୍ଷେତ୍ରରେ ଓଡ଼ିଶା ବହୁ ସଫଳତା ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe