ଭୁଶୁଡ଼ି ପଡ଼ିଲା ସ୍କୁଲ କାନ୍ଥ: ଅଳ୍ପକେ ବର୍ତ୍ତିଗଲା ଅନେକ ଜୀବନ

Advertisment
ଭୁଶୁଡ଼ି ପଡ଼ିଲା ସ୍କୁଲ କାନ୍ଥ: ଅଳ୍ପକେ ବର୍ତ୍ତିଗଲା ଅନେକ ଜୀବନ

ଭୁବନେଶ୍ବର: ଅସରାଏ ବର୍ଷାରେ ଭୁଶୁଡ଼ି ପଡ଼ିଲା ସ୍କୁଲ କାନ୍ଥ। ଅଳ୍ପକେ ବର୍ତ୍ତିଗଲା ଅନେକ ଜୀବନ। ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ୟୁନିଟ-୯ ମହାରାଜା ହଲ ପଛ ପଟେ ଥିବା ଏକ ଘରୋଇ ସ୍କୁଲର ପାଚେରି ଭୁଶୁଡ଼ି ଗୋଟିଏ ଘର ଓ ଦୁଇଟି ବାଇକ୍ କ୍ଷତିଗ୍ରସ୍ତ ହୋଇଛି। ତେବେ ଘରେ ଥିବା ଲୋକେ ମଧ୍ୟ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

ଦୀର୍ଘ ଦିନରୁ ଏହି ବିପଦଶଙ୍କୁଳ ଅବସ୍ଥାରେ ଥିବା ଘରେ ଚାଲିଥିଲା ପିଲାଙ୍କ ଶିକ୍ଷାଦାନ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପାଚେରୀର ମରାମତି କରାଯାଉ ନଥିଲା। ଏବେ ଅସରାଏ ବର୍ଷାରେ ଏହା ଭାଙ୍ଗି ପଡ଼ିଛି। ସ୍କୁଲ ବନ୍ଦ ଥିବା ସମୟରେ ଦୁର୍ଘଟଣା ଘଟିଥିବାରୁ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛି ଅନେକ କଅଁଳ ଶିଶୁଙ୍କ ଜୀବନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe