ଓଲଟିଲା ସ୍କର୍ପିଓ, ୨ଆହତ

Advertisment
ଟ୍ରକ୍‌ ନେଲା ଜୀବନ: କୋରେଇରେ ଜଣେ ମୃତ, ରିଆମାଳରେ ଜୀବନ ହାରିଲେ ଦଂପତ୍ତି

ଧଉଳି : ପୁରୀ-କଟକ ଜାତୀୟ ରାଜପଥର ଧଉଳି ଥାନା ଅନ୍ତର୍ଗତ ବାଇପାସ ରାସ୍ତାର ଶିଶୁପାଳଗଡ଼ ଦଶହରା ପଡ଼ିଆ ନିକଟରେ ଆଜି ସକାଳ ସାଢ଼େ ୮ଟା‌ରେ ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ସ୍କର୍ପିଓ ଡିଭାଇଡର୍‌ରେ ପିଟି ହୋଇ ରାସ୍ତା ତଳକୁ ଓଲଟି ପଡ଼ିବାରୁ ସେଥିରେ ଥିବା ୨ଜଣ ଗୁରୁତର ଆହତ ହୋଇଥିଲେ। ସେମାନେ ହେଲେ, ଭଦ୍ରକର ବିକାଶ ରାଉଳ (୨୧) ଏବଂ ଆକାଶ ସିଂହ (୨୬)। ସ୍ଥାନୀୟ ଲୋକେ ଉଭୟ ବିକାଶ ଏବଂ ଆକାଶଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe