ଦହିବରା ବେପାରୀଙ୍କ ସହ ବଚସା ପରେ ରାଜଧାନୀରେ ଜାଳିଦେଲେ ସ୍କୋର୍ପିଓ

Advertisment
ଦହିବରା ବେପାରୀଙ୍କ ସହ ବଚସା ପରେ ରାଜଧାନୀରେ ଜାଳିଦେଲେ ସ୍କୋର୍ପିଓ

ଭୁବନେଶ୍ୱର: ରାଜଧାନୀର ଡେ଼ଲ୍ଟା ଛକରେ ଜଳିଲା ସ୍କୋର୍ପିଓ। ସନ୍ଧ୍ୟାବେକେ ହୁତୁହୁତୁ ହୋଇ ଜଳିଲା ସ୍କୋର୍ପିଓ। ସୂଚନା ଅନୁଯାୟୀ ଦହିବରା ବେପାରୀଙ୍କ ସହ ବଚସା ଯୋଗୁ ଉକ୍ତ ଦହିବରା ବେପାରୀ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି।

ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଡେ଼ଲ୍ଟା ଛକରେ ପତିଆରା ଜାହିର ପାଇଁ ଦୁଇ ଗୋଷ୍ଠୀ ଭିତରେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା । ଆଉ ପରେ ଏହା ଭୟଙ୍କର ରୂପ ଧାରଣ କରିଥିଲା । ସ୍କୋର୍ପିଓ ଚାଳକଙ୍କ ସହ ଯୁକ୍ତିତର୍କ ପରେ ଗାଡ଼ିର କାଚ ଭଙ୍ଗାରୁଜା କରିଥିଲେ କିଛି ସ୍ଥାନୀୟ ଯୁବକ | ଆଉ ଯୁବକମାନେ ସ୍କୋର୍ପିଓ ଚାଳକଙ୍କୁ ନିର୍ଧୂମ ମାଡ ମାରିଥିଲେ | ଏହା ପରେ କିଛି ଯୁବକ ସ୍କୋର୍ପିଓଟିରେ ନିଆଁ ଲଗାଇ ଜାଳି ଦେଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe