ଗଛ ଉପରେ ଚିତ୍କାର, ଯୁବକ ଉଦ୍ଧାର

Advertisment
ଗଛ ଉପରେ ଚିତ୍କାର, ଯୁବକ ଉଦ୍ଧାର

ଭୁବନେଶ୍ୱର: ବୁଧବାର ରାତି ୯ଟା ୩୦। ଖାରବେଳ ନଗରରେ ଥିବା ଓଏଏସ୍‌ ଭବନରେ କଡ଼ରେ ଏକ ଗଛ ଉପରୁ ଚିତ୍କାର ଶୁଭିଲା ‘ରକ୍ଷାକର, ମାରି ପକେଇଲା’। ଗଛ ଉପରେ କିଏ କାହାକୁ ମାରି ପକାଇଲା ଜାଣିବା ପାଇଁ ସେଠାରେ ଲୋକ ଜମା ହୋଇଗଲେ। ପ୍ରାୟ ୪୦ ଫୁଟ ଉପରେ ଜଣେ ଯୁବକ ବସିଥିଲା, କାନ୍ଦୁଥିଲା ଓ ଚିତ୍କାର କରୁଥିଲା। ଓହ୍ଲାଇ ଆସିବାକୁ ସମସ୍ତେ କହୁଥିଲେ ମଧ୍ୟ ସେ କିଛି ଶୁଣୁନଥିଲା। ଖବର ପାଇ ଖାରବେଳ ନଗର ପୁଲିସ ବି ପହଞ୍ଚିଲା। ହେଲେ ୪୦ ଫୁଟ ଉପରୁ ଯୁବକକୁ ଉଦ୍ଧାର କରିବା ପୁଲିସ ପକ୍ଷେ ସମ୍ଭବ ନଥିଲା। ଏଣୁ ଅଗ୍ନିଶମ ସେବା ସଂସ୍ଥାକୁ ଖବର ଯାଇଥିଲା। ପ୍ରାୟ ୪୫ ମିନିଟ୍ ପରେ ଯୁବକ ଉଦ୍ଧାର ପାଇଥିଲା। ଯୁବକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତା’ର ପରିଚିୟ ମିଳିନାହିଁ। ନିଶାଗ୍ରସ୍ତ ଅବସ୍ଥାରେ ସେ ଏଭଳି କରିଥିବା ପୁଲିସ ଅନୁମାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe