ଧଉଳିରେ ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ସୋ’ ପାଇଁ ବଢ଼ିବ ସିଟ୍‌

Advertisment
ଧଉଳି ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ୫ ସ୍କାଏ ଲାଇଟ୍‌ ଅଚଳ

Bhubaneswar Buzz

ଧଉ : ହକି ବିଶ୍ବକପ୍‌ ପାଇଁ ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଧଉଳି ଶାନ୍ତିସ୍ତୂପରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି। ଶାନ୍ତିସ୍ତୂପକୁ କୌଣସି ଖେଳାଳି, ଭିଆଇପି ତଥା ଅତିଥି ଆଗନ୍ତୁକ ଆସୁଥିବା ଖବର ମିଳିଲେ ସେମାନଙ୍କୁ ଆତିଥ୍ୟ ପ୍ରଦାନ ପାଇଁ ଗୁରୁତ୍ବ ଦିଆଯିବ ବୋଲି ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଏହି ଅବସରରେ ଶାନ୍ତିସ୍ତୂପକୁ ସୁନ୍ଦର ଭାବେ ସଜାଯିବାର ଯୋଜନା ରହିଛି। ଏହାର ଦାୟିତ୍ବ  କ୍ରୀଡ଼ା ବିଭାଗ, ବିଡିଏ ଓ ଭୁବନେଶ୍ବର ମହାନଗର ନିଗମ କର୍ତୃପକ୍ଷଙ୍କୁ ଦିଆଯାଇଥିବା ଜଣାପଡ଼ିଛି।  ଅନ୍ୟପକ୍ଷରେ  ଶାନ୍ତିସ୍ତୂପ ପରିସରରେ ଚାଲିଥିବା ‌ଲାଇଟ ଆଣ୍ଡ ସାଉଣ୍ଡ ସୋ’ ଦେଖିବା ପାଇଁ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ଘଟିଲେ ସିଟ୍‌ ସଂଖ୍ୟା ବଢ଼ାଇ ଦିଆଯିବ ବୋଲି ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଶାନ୍ତିସ୍ତୂପରେ ଦୁଇଟି ପର୍ଯ୍ୟାୟରେ ୩୫ ମିନିଟ୍‌ ଲେଖାଏଁ ଦୁଇଟି ସୋ’ ପ୍ରଦର୍ଶନ ହେଉଥିବା ବେଳେ ପ୍ରତି ସୋ’ ରେ ୨୫୦ ଜଣ ଦର୍ଶକ କାର୍ଯ୍ୟକ୍ରମ ଦେଖିପାରିବେ। ‌ଏହାଛଡ଼ା ସ୍କୁଲ ଛାତ୍ରଛାତ୍ରୀମାନେ ରିହାତି ମୂଲ୍ୟରେ ଶାନ୍ତିସ୍ତୂପ ସମ୍ମୁଖ ଚଟାଣରେ ବସି ସୋ’ ଦେଖିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe