ସେବା ରତ୍ନ ସମ୍ମାନ ୨୦୨୨: ଆତ୍ମତୃପ୍ତି ହିଁ ସେବାର ପୁରସ୍କାର

Advertisment
ସେବା ରତ୍ନ ସମ୍ମାନ ୨୦୨୨: ଆତ୍ମତୃପ୍ତି ହିଁ ସେବାର ପୁରସ୍କାର

ଭୁବନେଶ୍ବର: ସବୁପ୍ରକାର ପୂଜାରେ ଭରି ରହିଛି ସେବା। ନିସର୍ତ୍ତ ସେବା ହେଉଛି ଧର୍ମ ଓ ଆତ୍ମତୃପ୍ତି ହେଉଛି ସେବାର ପ୍ରକୃତ ପୁରସ୍କାର। ଆଜି ଜୟ ମା’ ଭବାନୀ ଚାରିଟେବୁଲ୍‌ ଟ୍ରଷ୍ଟ୍‌ର ୫ମ ବାର୍ଷିକୋତ୍ସବ ଅବସରରେ ଉତ୍କଳ ରଙ୍ଗମଞ୍ଚ ପରିସରରେ ଅନୁଷ୍ଠିତ ସେବାରତ୍ନ ସମ୍ମାନ-୨୦୨୨ କାର୍ଯ୍ୟକ୍ରମର ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଏଭଳି କହିଛନ୍ତି।

ଅଭିନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଅବସରପ୍ରାପ୍ତ ଆୟକର ଅଧିକାରୀ ତଥା କବି ଶରତ ଦାସ କହିଲେ ଆମେ ସାଧାରଣତଃ ଆତ୍ମ ସେବାକୁ ବେଶି ଗୁରୁତ୍ବ ଦେଉଛେ। ହେଲେ ଅନ୍ୟର ସେବା ଓ ପରମାତ୍ମା ସେବା ଉପରେ ବିଶେଷ ଗୁରୁତ୍ବ ଦେବା ଆବଶ୍ୟକ। ମୁଖ୍ୟ ବକ୍ତା ଶ୍ରୀ ବେନହୁର ରଜକୁ ବିଶ୍ବବ୍ୟାପୀ କରିବା ଆବଶ୍ୟକ ବୋଲି କହିଥିଲେ। ବିଶ୍ବର ଯେଉଁ କୋଣରେ ବି ଓଡ଼ିଆମାନେ ରହୁଛନ୍ତି, ସେମାନେ ତାଙ୍କ ପଡ଼ୋଶୀଙ୍କୁ ରଜ ପିଠା ଦେଇ ଆମ ପର୍ବ ବିଷୟରେ କହିବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏସିପି ସଞ୍ଜୀବ ଶତପଥୀ, ମନୋଜ ଦାଶ, ଶୁଚିସ୍ମିତା ପୃଷ୍ଟି ଓ ଅନୁଷ୍ଠାନର ସମ୍ପାଦକ ନାରାୟଣ ମହାପାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ସମାଜ କଲ୍ୟାଣ ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଥିବା ବ୍ୟକ୍ତି ଓ ମହିଳାମାନଙ୍କୁ ସେବାରତ୍ନ ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଥିଲା। ଭୁବନେଶ୍ୱର ଲେଡିଜ୍‌ ଫୋରମ୍ ଓ ଚିନ୍ମୟୀ କ୍ଲାସିକ୍‌ ପକ୍ଷରୁ ରଜ ଗୀତ ଓ ଅନ୍ୟାନ୍ୟ ଓଡ଼ିଆ ପୁରୁଣା ଗୀତରେ ନୃତ୍ୟ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ଉପଦେଷ୍ଟା ଶାଶ୍ବତୀ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe