ଏକାମ୍ର ଉତ୍ସବର ଦ୍ୱିତୀୟ ଦିନ: ଗରମ ସୁପ୍‌ ସହିତ ସଙ୍ଗୀତ ମହୋତ୍ସବର ମଜା

Advertisment

ସନ୍ଧ୍ୟା ଯେତେ ଗଡ଼ୁଥିଲା ଦର୍ଶକ ସେତେ ବଢ଼ୁଥିଲେ। ଶୀତୁଆ ସନ୍ଧ୍ୟାରେ କିଏ ଗରମ ସୁପ୍‌ ସହିତ ସଙ୍ଗୀତ ମହୋତ୍ସବର ମଜା ନେଉଥିଲା ତ କିଏ ଭିନ୍ନ ଭିନ୍ନ ପ୍ରକାରର ଅଳଙ୍କାର କିଣିବାରେ ବ୍ୟସ୍ତ ଥିଲା।

ସନ୍ଧ୍ୟା ଯେତେ ଗଡ଼ୁଥିଲା ଦର୍ଶକ ସେତେ ବଢ଼ୁଥିଲେ। ଶୀତୁଆ ସନ୍ଧ୍ୟାରେ କିଏ ଗରମ ସୁପ୍‌ ସହିତ ସଙ୍ଗୀତ ମହୋତ୍ସବର ମଜା ନେଉଥିଲା ତ କିଏ ଭିନ୍ନ ଭିନ୍ନ ପ୍ରକାରର ଅଳଙ୍କାର କିଣିବାରେ ବ୍ୟସ୍ତ ଥିଲା।

dddgdgdg

ଭୁବନେଶ୍ୱର: ସନ୍ଧ୍ୟା ଯେତେ ଗଡ଼ୁଥିଲା ଦର୍ଶକ ସେତେ ବଢ଼ୁଥିଲେ। ଶୀତୁଆ ସନ୍ଧ୍ୟାରେ କିଏ ଗରମ ସୁପ୍‌ ସହିତ ସଙ୍ଗୀତ ମହୋତ୍ସବର ମଜା ନେଉଥିଲା ତ କିଏ ଭିନ୍ନ ଭିନ୍ନ ପ୍ରକାରର ଅଳଙ୍କାର କିଣିବାରେ ବ୍ୟସ୍ତ ଥିଲା। ତ ଆଉ କିଏ ସେଲଫି ପଏଣ୍ଟରେ ଫଟୋ ଓ ରିଲ୍‌ ବନେଇବାରେ ବ୍ୟସ୍ତ ଥିଲା। ଏକାମ୍ର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ପ୍ରଦର୍ଶନୀ ପଡ଼ିଆ ସମେତ ସହରର ବିଭିନ୍ନ ପାର୍କରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସମସ୍ତେ ଏହି ଉତ୍ସବର ସାମିଲ ହୋଇଥିଲେ।

ଚାହିଦାରେ ଅଳଙ୍କାର ପୋଷାକ
ଆଜି ନାଇଟ୍‌ ଫ୍ଲି ମାର୍କେଟରେ ଭିନ୍ନ ଭିନ୍ନ ବ୍ରାଣ୍ଡର ଗହଣା ପ୍ରମୁଖ ଆକର୍ଷଣ ସାଜିଥିଲା। ଆଦ୍ୱାର, ବୋହେମିଆ ସହିତ ପୁରୀର କାଠ ଅଳଙ୍କାର ଯୁବ ପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଥିଲା। ସେହିପରି ଦହିବରା ଏକ୍ସପ୍ରେସରେ କାଞ୍ଜି ବରା, ମସଲା ବରା, ରଗଡ଼ା ପରା ଆଦି ଖାଇବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା।

ଆଇଜି ପାର୍କରେ ଝୁମାଇଲେ ଅର୍ଚ୍ଚିତା
ପାଗଳ କରିଛି ପାଉଁଜି ତୋର..., ତୋ ଆଖିରେ ମୁଁ... ଭଳି ସଙ୍ଗୀତ ଗାଇ ଆଇଜି ପାର୍କରେ ସମସ୍ତଙ୍କୁ ଝୁମାଇ ଦେଇଥିଲେ ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା। ତାଙ୍କ ସହ ତାଳ ଦେଇ ଦର୍ଶକ ମଧ୍ୟ ଗୀତ ଗାଇ ନାଚିବା ଆରମ୍ଭ କରିଦେଇଥିଲେ। ଏହି ଅବସରରେ ସେ ନିଜ ଆଗାମୀ ଚଳଚ୍ଚିତ୍ର ‘ପାଦେ ଆକାଶ’ ବିଷୟରେ ଆଲୋଚନା କରିଥିଲେ। ଏଠାରେ ଅନ୍ୟମାନଙ୍କ ମଧ୍ୟରେ ଷ୍ଟୋରି ଟେଲର୍‌ ସମ୍ପଦ, ଅରିଜିତ ମହାନ୍ତି ଓ ଅଭିଷେକ ମହାନ୍ତି ଯୋଗ ଦେଇଥିଲେ। ସେହିଭଳି ବୁଦ୍ଧ ପାର୍କରେ ପ୍ରାଚୀତାରାଙ୍କ ଅଭିନୟ ସହିତ କାହାଣୀ ପରିବେଷଣ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବ ଗୋଷ୍ଠୀଙ୍କୁ ମଧ୍ୟ ବାନ୍ଧି ରଖିଥିଲା। ଏଠାରେ ଅଭିନେତ୍ରୀ ଶିବାନୀ, ଆଶୀର୍ବାଦ ଦାସ ଉପସ୍ଥିତ ଥିଲେ। ସେହିଭଳି ମଧୁସୂଦନ ପାର୍କରେ ଅଭିନେତ୍ରୀ ଶୀତଲ ପାତ୍ର, ଷ୍ଟୋରି ଟେଲର୍‌ ସବିତା, ସୋନାଲି, ଏପିଜେ ଅବଦୁଲ କଲାମ ପାର୍କରେ ଅଭିନେତା ସ୍ୱରାଜ ବାରିକ, ଷ୍ଟୋରି ଟେଲର୍‌ ମୀରା, ଅଭିନବ ଦାସ, ପୁପୁଲ ଏବଂ ଫରେଷ୍ଟ ପାର୍କରେ ଅଭିନେତ୍ରୀ ଦିବ୍ୟା, ଷ୍ଟୋରି ଟେଲର୍‌ ତପସ୍ୱିନୀ, ଦିପେଶ ଓ ସ୍ପନ୍ଦନ ଦାସ ଯୋଗ ଦେଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe