ଠିକ୍‌ ସମୟରେ ମିଳିବ ଦ୍ବିତୀୟ ଡୋଜ୍‌

Advertisment

ସୋମବାରରୁ ନୂଆ ବ୍ୟବସ୍ଥାରେ ଦ୍ବିତୀୟ ଡୋଜ୍‌

ସୋମବାରରୁ ନୂଆ ବ୍ୟବସ୍ଥାରେ ଦ୍ବିତୀୟ ଡୋଜ୍‌

ସମସ୍ତଙ୍କୁ ଟିକା ଦେବାରେ ଭୁବନେଶ୍ବର ହେବ ପ୍ରଥମ ସହର!

ValuePenguin

ମୋବାଇଲ୍‌ ମେସେଜ୍‌, ଟିକା ସାର୍ଟିଫିକେଟ୍ ଦେଖାଇ ନେବେ ଦ୍ବିତୀୟ ଡୋଜ୍‌
ଯୁବବର୍ଗଙ୍କୁ ପ୍ରଥମ ଡୋଜ୍‌ ସ୍ଲଟ୍ ଖୁବ୍‌ ଶୀଘ୍ର

ଭୁବନେଶ୍ବର : ଏବେ ୧୮ରୁ ୪୪ବର୍ଷ ବୟସ୍କ ପ୍ରାୟ ୫୦ ହଜାର ଲୋକଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦେବାର ସମୟ ହୋଇଗଲାଣି। ବିଏମ୍‌ସି ପାଖରେ ବି ଆଉ ଟିକା ନାହିଁ। ଜୁନ୍‌ ୨ରୁ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ଡୋଜ୍‌ ଟିକା ଅଳ୍ପ କିଛି ଜଣଙ୍କୁ ଦିଆଯିବା ପରେ ବନ୍ଦ ହୋଇଯାଇଛି। କେବେ ଟିକା ଆସିବ, କେମିତି ଦିଆଯିବ, ସ୍ଲଟ୍ ମିଳିବ କି ନାହିଁ, ସେ ଚିନ୍ତାରେ ଏବେ ଯୁବବର୍ଗ। ଯୁବବର୍ଗଙ୍କ ସବୁ ପ୍ରଶ୍ନର ଉତ୍ତର ଗୋଟିଏ ଧାଡ଼ିରେ ଦେଇଛନ୍ତି ବିଏମ୍‌ସି କମିସନର। ସମସ୍ତଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦିଆଯିବ, ପ୍ରଥମ ଡୋଜ୍‌ ନେବାର ୪ରୁ ୬ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଆମେ ନିଶ୍ଚିତ ଦ୍ବିତୀୟ ଡୋଜ୍‌ ଟିକା ଦେବୁ ବୋଲି ବିଏମ୍‌ସି କମିସନର ସଞ୍ଜୟ ସିଂହ କହିଛନ୍ତି। ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ହେଉଥିବା କହିଛନ୍ତି କମିସନର। ସେହିପରି ଯୁବବର୍ଗଙ୍କୁ ପ୍ରଥମ ଡୋଜ୍‌ ଟିକାକରଣ ଏବେ ବନ୍ଦ ହୋଇଥିବା ବେଳେ ଆଉ ଟିକା ଦିଆଯିବ କି ନାହିଁ, ସେନେଇ ବିଭିନ୍ନ ପ୍ରକାରର ଆଲୋଚନା ହେଉଛି।ଏନେଇ ଖୁବ୍‌ ଶୀଘ୍ର ତାରିଖ ଘୋଷଣା କରି ସ୍ଳଟ୍ ବୁକିଂ ଆରମ୍ଭ ହେବ ବୋଲି କମିସନର କହିଛନ୍ତି।

ଏନେଇ ଏଡିୟୁପିଏଚ୍‌ଓ ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି ଯେ ଦ୍ବିତୀୟ ଡୋଜ୍‌ ଯେପରି ସମସ୍ତଙ୍କୁ ମିଳିବ, ସେନେଇ ଯୋଜନା ପ୍ରସ୍ତୁତ ହୋଇଛି। ଦିନେ ଦୁଇ ଦିନ ଭିତରେ ଘୋଷଣା କରାଯିବ। ବର୍ତ୍ତମାନ ସୁଦ୍ଧା ହୋଇଥିବା ନିଷ୍ପତ୍ତି ‌ଅନୁଯାୟୀ, ମେ’ ୩ ଓ ୪ରେ ଯେଉଁମାନେ ଟିକା ନେଇଥିଲେ, ସେମାନଙ୍କୁ ସୋମବାର ଅପରାହ୍‌ଣରେ ଟିକା ଦିଆଯିବ। ମଙ୍ଗଳବାର ମେ’ ୫ ଓ ୬ରେ ନେଇଥିବା ଲୋକଙ୍କୁ ଟିକା ଦିଆଯିବ। ଏହିପରି ସମସ୍ତଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦିଆଯିବ। ଯେଉଁମାନେ ଯେଉଁ କେନ୍ଦ୍ରରେ ପ୍ରଥମ ଡୋଜ୍‌ ନେଇଥିଲେ, ସେମାନେ ସେହି କେନ୍ଦ୍ରରେ ଦ୍ବିତୀୟ ଡୋଜ୍‌ ନେବେ। ଏଥିପାଇଁ ସେମାନଙ୍କୁ ଟିକା ସାର୍ଟିଫିକେଟ୍ କିମ୍ବା ମୋବାଇଲ୍‌ ମେସେଜ୍ ଦେଖାଇବାକୁ ହେବ। ଏହାଦ୍ବାରା ସମସ୍ତଙ୍କୁ ସୁବିଧାରେ ଟିକା ଦିଆଯାଇପାରିବ ବୋଲି ଡା. ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ ଯେ ଏବେ ବିଏମ୍‌ସି ପାଖରେ ରାଜ୍ୟ ସରକାରଙ୍କ କୋଭାକ୍ସିନ୍ ଟିକା ଆଉ ପ୍ରାୟ ହଜାରେରୁ ୧୫୦୦ ଡୋଜ୍‌ ଥିବା ବେଳେ ଏହାକୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe