ଦ୍ୱିତୀୟ ଓଡ଼ିଆ ଅସ୍ମିତା ସମ୍ମିଳନୀ ଆରମ୍ଭ: ବିଶ୍ବର ବିଭିନ୍ନ କୋଣରୁ ଅଭିବ୍ୟକ୍ତି ରଖିଲେ ଓଡ଼ିଆ ଯୁବପିଢ଼ି

Advertisment

ଉତ୍କଳ ସମ୍ମିଳନୀର ୧୨୧ ତମ ବର୍ଷପୂର୍ତ୍ତି ଅବସରରେ ‘ଦ୍ବିତୀୟ ଓଡ଼ିଆ ଅସ୍ମିତା ସମ୍ମିଳନୀ’ ଆରମ୍ଭ ହୋଇଛି। ବିଶ୍ବର ବିଭିନ୍ନ କୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଆଭାଷୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଉତ୍କଳ ସମ୍ମିଳନୀର ୧୨୧ ତମ ବର୍ଷପୂର୍ତ୍ତି ଅବସରରେ ‘ଦ୍ବିତୀୟ ଓଡ଼ିଆ ଅସ୍ମିତା ସମ୍ମିଳନୀ’ ଆରମ୍ଭ ହୋଇଛି। ବିଶ୍ବର ବିଭିନ୍ନ କୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଆଭାଷୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

dgdgdggd

ଭୁବନେଶ୍ୱର: ଉତ୍କଳ ସମ୍ମିଳନୀର ୧୨୧ ତମ ବର୍ଷପୂର୍ତ୍ତି ଅବସରରେ ‘ଦ୍ବିତୀୟ ଓଡ଼ିଆ ଅସ୍ମିତା ସମ୍ମିଳନୀ’ ଆରମ୍ଭ ହୋଇଛି। ବିଶ୍ବର ବିଭିନ୍ନ କୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଆଭାଷୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଶିକ୍ଷାବିତ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆଲୋଚନାର ଶୀର୍ଷକକୁ ‘ଓଡ଼ିଆ ଅସ୍ମିତା ଏବଂ ମଧୁବାବୁ’ ଦିଆଯାଇଛି। ଉଦ୍‌ଘାଟନୀ ଦିବସରେ ଅସ୍ମିତା ସମ୍ମିଳନୀର ଅଧ୍ୟକ୍ଷ ଭଗବାନ ପ୍ରକାଶ ପ୍ରାରମ୍ଭିକ ବକ୍ତବ୍ୟରେ ଆଗାମୀ ପିଢି ମଧୁବାବୁଙ୍କୁ ଜାଣିବା ପାଇଁ ପ୍ରୟାସ କରିବା ଉଚିତ ବୋଲି ପରମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ବିଶ୍ବରେ ରହୁଥିବା ଓଡ଼ିଆ କିଶୋର କିଶୋରୀଙ୍କ ମନରେ ନିଜ ମାଟି ପ୍ରତି ସମର୍ପଣ ଭାବ ଓ ମଧୁବାବୁଙ୍କ ସମେତ ସମସ୍ତ ବରେଣ୍ୟ ବ୍ୟକ୍ତିତ୍ବଙ୍କ ପ୍ରତି କୃତଜ୍ଞତା ଭାବ ଉଦ୍ରେକ କରିବା  ଉଦେଶ୍ୟ ବୋଲି ଆବାହକ ଶ୍ରୀ ରାଉତ ତାଙ୍କ ସ୍ବାଗତ ଭାଷଣରେ କହିଥିଲେ। ସମ୍ମିଳନୀର ଆରମ୍ଭରେ ଶିଶୁ କଳାକାର ତେଜ ତନ୍ମୟ ପ୍ରାକ୍‌ସୂଚନା ପ୍ରଦାନ କରିଥିଲେ।

ବିଶ୍ବର ବିଭିନ୍ନ କୋଣରୁ ଅଭିବ୍ୟକ୍ତି ରଖିଲେ ଓଡ଼ିଆ ଯୁବପିଢ଼ି
ଆଗାମୀ ପିଢ଼ିକୁ ମଧୁବାବୁଙ୍କୁ ଜାଣିବା ପାଇଁ ପ୍ରୟାସ କରିବା ଉଚିତ

ଏହି କାର୍ଯ୍ୟକ୍ରମ ୧୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟା ୬.୩୦ରୁ ରାତ୍ରି ୯.୩୦ ପର୍ଯ୍ୟନ୍ତ ଜାରି ରହିବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‌ ପ୍ରଫେସର ଓଁକାର ନାଥ ମହାନ୍ତି, ଐତିହାସିକ ଡକ୍ଟର ନିବେଦିତା ମହାନ୍ତି, ତ୍ରିଭେନ୍ଦ୍ରମରୁ ବରିଷ୍ଠ ପୁଲିସ ଅଧିକାରୀ ଡକ୍ଟର ସଂଜୀବ ପାଟଯୋଶୀ, ଆମେରିକାରୁ ସୁକାନ୍ତ ସାହୁ, ଲଣ୍ଡନରୁ ଶୁଭଶ୍ରୀ ଦାସ, ଛତିଶଗଡରୁ ଶଙ୍କର ପରିଡା, ପୁରୀରୁ ପ୍ରତାପ କୁମାର ରାଉତ, ବେଙ୍ଗାଲୁରୁରୁ ତାପସ ରାଜ ଆଲୋଚନାରେ ଭାଗ ନେଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ହେଉଥିବା ପ୍ରତିଯୋଗୀତାକୁ ସୁବାସିନୀ ବାରିକ ପରିଚାଳନା କରୁଛନ୍ତି।  ପ୍ରଫେସର ଉଦୟ ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଦେଶ ତଥା ଦେଶ ବାହାରେ ରହୁଥିବା ବିଶିଷ୍ଟ ଓଡ଼ିଆ ଭାଇ ଭଉଣୀଙ୍କୁ ନେଇ ଏକ ବିଚାରକ ମଣ୍ଡଳୀ ଗଠନ କରାଯାଇଛି। ପ୍ରଥମ ଦିନ ପ୍ରତିଯୋଗିତାର ବିଚାରକ ଭାବେ ମାଲେସିଆରୁ ବୀଣାପାଣି ପ୍ରଧାନ, ବେଙ୍ଗାଲୁରୁରୁ ଶ୍ୱେତପଦ୍ମା ପାଢ଼ୀ ଓ ଭୁବନେଶ୍ବରରୁ ବିଜୟଲକ୍ଷ୍ମୀ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ  ସୁକାନ୍ତ କୁମାର ମହାନ୍ତି, ସମ୍ବିତ ବେହେରା, ନଗେନ୍ଦ୍ର ନାଥ ସ୍ବାଇଁ, ନୀଳିମା ପ୍ରିୟଦର୍ଶିନୀ, ନିବେଦିତା ଗିରି ଓ ଅନୁଷ୍ଠାନର ଅନ୍ୟ ସଦସ୍ୟମାନେ ପରିଚାଳନା କରିଛନ୍ତି। ଗତବର୍ଷ ଏହି ସମ୍ମିଳନୀ କଟକ ସହରରେ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe