ଭୁବନେଶ୍ୱର: ହକି ବିଶ୍ୱକପ ପାଇ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବ। ଏଥିପାଇଁ ୮୦ ପ୍ଲାଟୁନ୍ ଫୋର୍ସ ଓ ୨୫୦ ଜଣ ଅଫିସର ନିୟୋଜିତ ହେବେ। ଖେଳାଳି ଓ ବିଦେଶରୁ ଆସିଥିବା ପ୍ରଶଂସକଙ୍କ ସୁରକ୍ଷା ମୁଖ୍ୟ ଲକ୍ଷ୍ୟ ରହିବ। ପାକିସ୍ତାନ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବନ୍ଦୋବସ୍ତ କରାଯିବ। ଏହା ଛଡ଼ା ଖେଳାଳିମାନେ ଯେଉଁ ହୋଟେଲରେ ରହିବେ ଓ କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହେବ। ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ବିଭିନ୍ନ ପ୍ରସ୍ତାବ କ୍ରୀଡ଼ା ବିଭାଗକୁ ପ୍ରଦାନ କରାଯାଇଛି। ହକି ବିଶ୍ୱକପକୁ ନେଇ ଆଜି ସଚିବାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏଭଳି କେତେକ ନିଷ୍ପତ୍ତି ନିଆଯାଇଛି। ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କଠାରୁ ମିଳିଥିବା ସୂଚନା ମୁତାବକ, ବୈଠକରେ ସୁରକ୍ଷା ସମ୍ପର୍କିତ କେତେକ ପରାମର୍ଶ କ୍ରୀଡ଼ା ବିଭାଗକୁ ଦିଆଯାଇଛି। କଳିଙ୍ଗ ଷ୍ଟାଡିୟମରେ ସିସି କ୍ୟାମେରା ଲଗାଇବାକୁ କୁହାଯାଇଛି। ସିସି କ୍ୟାମେରାକୁ ଭୁବନେଶ୍ୱର ପୁଲିସ କଣ୍ଟ୍ରୋଲ ରୁମ୍ ସହ ସଂଯୋଗ କରାଯିବ। ପୁଲିସ ଏହି କଣ୍ଟ୍ରୋଲ ରୁମ୍ ମାଧ୍ୟମରେ କଳିଙ୍ଗ ଷ୍ଟାଡିୟମ ଉପରେ ନଜର ରଖିବ। ଏହା ଛଡ଼ା ଷ୍ଟାଡିୟମ ନିକଟରେ ଏକ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍ କରାଯିବ। ଜଣେ ଏଡିସିପି ର୍ୟାଙ୍କର ଅଧିକାରୀ ଏହି କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ରହିବେ। ସେହିପରି ଷ୍ଟାଡିୟମ ଭିତରକୁ ଦର୍ଶକମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ପଡ଼ିଆ ଚାରିପଟେ ବିଭିନ୍ନ ସ୍ଥାନରେ ଦର୍ଶକମାନଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରିବାକୁ କ୍ରୀଡ଼ା ବିଭାଗ କର୍ତୃପକ୍ଷଙ୍କୁ କୁହାଯାଇଛି। ଖେଳ ସମୟରେ ଭିଡ଼ ନହେବା ପାଇଁ କାର ଓ ବାଇକ ପାର୍କିଂ ଅଲଗା ଅଲଗା କରିବାକୁ କୁହାଯାଇଛି। ଆଜି ଏହି ବୈଠକରେ ଗୃହ ସଚିବ, ପୁଲିସ ଡିଜି, ଡିସିପି ଭୁବନେଶ୍ୱର, କ୍ରୀଡ଼ା ଅଧିକାରୀ, ଅଗ୍ନିଶମ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us