ଇଂଜିନିୟରିଂ କଲେଜରେ ଉତ୍ତେଜନା, ୧୪୪ ଜାରି

ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୃର୍ବୃତ୍ତ

The Hans India

ଚନ୍ଦ୍ରଶେଖରପୁର : ମୈତ୍ରୀବିହାର ଅଞ୍ଚଳରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜରେ ଆଜି ଦୁଇ ଗୋଷ୍ଠୀ କର୍ମଚାରୀଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ଘଟିଥିବାରୁ ପୁଲିସ ସେଠାରେ ୧୪୪ ଧାରା ଜାରି କରିଛି। ଚନ୍ଦ୍ରଶେଖରପୁର ଥାନା ପୁଲିସ କଲେଜ କ୍ୟାମ୍ପସରୁ ସମସ୍ତଙ୍କୁ ବାହାର କରିଦେଇଛି।

ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା ମ୍ୟାନେଜ୍‌ମେଣ୍ଟ ମଧ୍ୟରେ ବିଭାଜନ ଘଟି ଦୁଇ ଗୋଷ୍ଠୀ ସୃଷ୍ଟି ହୋଇଛି। ଆଜି କଲେଜ କ୍ୟାମ୍ପସରେ ଦୁଇ ଗୋଷ୍ଠୀ ମଧ୍ୟରେ ହଠାତ୍ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଅନୁଷ୍ଠାନର ଚେୟାରମ୍ୟାନ୍ ମୁଖ୍ୟ ଫାଟକରେ ତାଲା ପକାଇ ବିରୋଧୀ ପକ୍ଷକୁ ଭିତରକୁ ନ ଛାଡ଼ିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଏହି ମ୍ୟାନେଜମେଣ୍ଟ ବିରୋଧୀ ଗୋଷ୍ଠୀର ସଭ୍ୟମାନେ କ୍ୟାମ୍ପସ ଭିତରକୁ ଧସେଇ ପଶି ଉଭୟ ପକ୍ଷ ପରସ୍ପର ଉପରକୁ ଟେବୁଲ୍ ଚଉକି ଫୋପାଡ଼ି ଭଙ୍ଗାରୁଜା କରିଥିଲେ। ଖବର ପାଇ ପୁଲିସ ସେଠାରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ ବି କେହି ବୁଝିନଥିଲେ। ତେଣୁ ପୁଲିସ ଶେଷରେ ୧୪୪ ଧାରା ଜାରି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe