ଦୁର୍ଘଟଣା ମୁକାବିଲା ପାଇଁ ଜାରି ହେବ ଗାଇଡ୍‌ଲାଇନ୍‌

Advertisment

ବିମାନବନ୍ଦର ନିର୍ଦେଶକଙ୍କ ମାନସମନ୍ଥନ

ବିମାନବନ୍ଦର ନିର୍ଦେଶକଙ୍କ ମାନସମନ୍ଥନ

ଦୁର୍ଘଟଣା ମୁକାବିଲା ପାଇଁ ଜାରି ହେବ ଗାଇଡ୍‌ଲାଇନ୍‌

Photo by : staticflickr.com

ଭୁବନେଶ୍ୱର : ବିମାନ ଅବତରଣ ସମୟରେ କିମ୍ବା ବିମାନ ଉଡ଼ାଣ ସମୟରେ ଦୁର୍ଘଟଣା ଘଟିଲେ, ବିମାନବନ୍ଦରରେ ଆତତାୟୀଙ୍କ ଆକ୍ରମଣ ହେଲେ କିମ୍ବା ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଲେ କ’ଣ ପଦକ୍ଷେପ ନେବାକୁ ହେବ, ଯାତ୍ରୀଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ, ବିମାନବନ୍ଦର ଓ ବିମାନର କମ୍‌ କ୍ଷତି ହେବ ଏହିଭଳି ଜରୁରିକାଳୀନ ପରିସ୍ଥିତିରେ କ’ଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ମାନସମନ୍ଥନ ଆରମ୍ଭ ହୋଇଛି। ସାରା ଦେଶରୁ ୨୦ଟି ବିମାନବନ୍ଦରର ନିର୍ଦ୍ଦେଶକ ଏବଂ ବେସାମରିକ ବିମାନ ସୁରକ୍ଷା ବିଶେଷଜ୍ଞମାନେ ଯୋଗଦେଇ ଏହା ଉପରେ ଆଲୋଚନା ଆରମ୍ଭ କରିଛନ୍ତି।

ସ୍ଥାନୀୟ ହୋଟେଲ ମେ’ ଫେୟାରଠାରେ ବିମାନବନ୍ଦରରେ ଜରୁରିକାଳୀନ ମୁକାବିଲା, ବିମାନ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ଆଜିଠାରୁ ଦୁଇଦିନିଆ ଆଲୋଚନା ଆରମ୍ଭ ହୋଇଛି। ଏଥିରେ ବାହାରିବାକୁ ଥିବା ନିଷ୍କର୍ସକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପଠାଯିବ। ଏହାପରେ ଏନେଇ ଗାଇ୍‌ଡଲାଇନ୍‌ ଜାରି କରାଯିବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ଏଲ୍‌ ଶର୍ମା ଏହାକୁ ଉଦ୍‌ଘାଟନ କରିଥିବାବେଳେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ବୈଷୟିକ) ଇ.ପି ହରେନ୍ଦ୍ରନାଥନ୍‌, କୋଲକତା ବିମାନବନ୍ଦର ନିର୍ଦ୍ଦେଶକ ଅତୁଲ ଦୀକ୍ଷିତ, ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ପ୍ରମୁଖ ଉଦଘାଟନୀ ଅଧିବେଶନରେ ଉଦ୍‌ବୋଧନ ଦେଇଥିଲେ। ଏହାପରେ ବିମାନ ଦୁର୍ଘଟଣାର କାରଣ ଓ ନିରାକରଣ, ବିମାନବନ୍ଦରରେ ଥିବା ସମସ୍ୟା ଏବଂ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe