ନୂଆବର୍ଷ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Advertisment

୪୭ଛକ ଓ ସମ୍ବେଦନଶୀଳ ଜାଗାରେ ଜଗିବ ପୁଲିସ, ୩ ଅତିରିକ୍ତ ଡିସିପିଙ୍କ ଦାୟିତ୍ବରେ ୧୫ସେକ୍ସନ ଫୋର୍ସ

୪୭ଛକ ଓ ସମ୍ବେଦନଶୀଳ ଜାଗାରେ ଜଗିବ ପୁଲିସ, ୩ ଅତିରିକ୍ତ ଡିସିପିଙ୍କ ଦାୟିତ୍ବରେ ୧୫ସେକ୍ସନ ଫୋର୍ସ

ନୂଆବର୍ଷ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର : ଦିନକ ପରେ ନୂଆବର୍ଷ। ହେଲେ ମହାମାରୀ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଆଖି ତରାଟିବା ଆରମ୍ଭ କରିଥିବାରୁ ଏଥର ରାଜଧାନୀରେ ନୂଆବର୍ଷ ନିରାଡ଼ମ୍ବର ଭାବେ ପାଳନ ହେବ। ବଣଭୋଜିଠୁ ଆରମ୍ଭ କରି ପର୍ଯ୍ୟଟନସ୍ଥଳୀରେ ଯେପରି ଭିଡ଼ ନ ଜମିବ, ସେଥିପାଇଁ କଟକଣା ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ଆସନ୍ତକାଲିଠୁ ଏହା ଲାଗୁ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣା ପଡ଼ିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ଭୁବନେଶ୍ବରର ବିଭିନ୍ନ ଏଣ୍ଟ୍ରି ଓ ଏକ୍‌ଜିଟ୍ ପଏଣ୍ଟ ସମେତ ୪୭ଟି ଛକ ଓ ସମ୍ବେଦନଶୀଳ ଜାଗାରେ ପୁଲିସ ମୁତୟନ ହେବେ। ୩ଜଣ ଅତିରିକ୍ତ ଡିସିପିଙ୍କ ତତ୍ତ୍ବାବଧାନରେ ୮ଜଣ ଏସିପି, ୨୪ଜଣ ଇନ୍ସପେକ୍ଟର, ୪୭ ଏସ୍‌ଆଇ ଓ ଏଏସଆଇ, ୪୪ଜଣ ସଶସ୍ତ୍ର ପୁଲିସ ବାହିନୀ, ୨୪ଜଣ ମହିଳା କନେଷ୍ଟବଳ ଓ ୧୦୦ଜଣ ହୋମଗାର୍ଡ ମୁତୟନ ହେବ। ଏହା ସହିତ ୧୫ପ୍ଲାଟୁନ୍ ଫୋର୍ସ ମଧ୍ୟ ଛକ ସ୍ଥାନମାନଙ୍କରେ ରହିବେ। ଜିରୋ ନାଇଟ୍ ସେଲିବ୍ରେସନ୍ କଟକଣା ହୋଟେଲ୍, ବାର୍, ପବ୍‌ ଗୁଡ଼ିକ ମାନୁଛନ୍ତି ନା ନାହିଁ ସେ ନେଇ ଯାଞ୍ଚ୍ କରିବ ପୁଲିସ। ନୂଆବର୍ଷ ଆସୁଥିବାରୁ ହୋଟେଲ୍ ଓ କ୍ଲବ୍‌ଗୁଡ଼ିକରେ ମଧ୍ୟ ସର୍‌ପ୍ରାଇଜ୍ ଚେକିଂ କରାଯିବ। ସନ୍ଦିଗ୍ଧ ଗାଡ଼ି ସମେତ ଅମାନିଆ ଓ ନିଶା ସେବନ କରି ଚଳାଉଥିବା ଗାଡ଼ିଗୁଡ଼ିକ ଉପରେ କଡ଼ା ନଜର ରହିବ ବୋଲି ସେ ସୂଚନା ଦେଇଛନ୍ତି। ଅପରପକ୍ଷରେ ଏନେଇ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀ କରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଉପରେ ପୁଲିସ ପକ୍ଷରୁ ବିସ୍ତୃତ ବିବରଣୀ ଦିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe