ଅମିତ ଶାହଙ୍କ ଶ୍ରୀଲିଙ୍ଗରାଜ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Advertisment

୨୦ ମିନିଟ୍‌ ବନ୍ଦ ରହିବ ସାଧାରଣ ଦର୍ଶନ

୨୦ ମିନିଟ୍‌ ବନ୍ଦ ରହିବ ସାଧାରଣ ଦର୍ଶନ

ଅମିତ ଶାହଙ୍କ ଶ୍ରୀଲିଙ୍ଗରାଜ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

The Asian Age & india today

ଭୁବନେଶ୍ୱର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆସନ୍ତାକାଲି (ସୋମବାର) ସକାଳେ ସେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ମନ୍ଦିର ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି କମିସନରେଟ୍‌ ପୁଲିସ୍‌ ପକ୍ଷରୁ ମଧ୍ୟ ଏଥିପାଇଁ କାରକେଡ୍‌ ରିହର୍ସାଲ କରାଯାଇଛି। ମେ’ ଫେୟାର୍‌ରୁ ଶ୍ରୀ ଶାହ ବାହାରିବାଠାରୁ ଲିଙ୍ଗରାଜ ମନ୍ଦିରରୁ ଫେରିବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାର ରିହର୍ସାଲ କରାଯାଇଥିଲା। ତେବେ ଆସନ୍ତାକାଲି ଶ୍ରାବଣ ଶେଷ ସୋମବାରରେ ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ଶ୍ରୀ ଶାହ ସକାଳ ପାଖାପାଖି ୮ଟା ୧୫ରେ ମନ୍ଦିରକୁ ପ୍ରବେଶ କଲା ବେଳେ କାଉଡ଼ିଆ ଓ ସାଧାରଣ ଲୋକଙ୍କ ଲାଗି ୨୦ ମିନିଟ୍‌ ପର୍ଯ୍ୟନ୍ତ ମନ୍ଦିର ପ୍ରବେଶ ବାରଣ କରାଯିବ। ସେଠାରୁ ଦର୍ଶନ ସାରି ଫେରିବା ପରେ ପୁଣି ଶ୍ରଦ୍ଧାଳୁ ଓ କାଉଡ଼ିଆ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ମନ୍ଦିରରୁ ଫେରି ଶ୍ରୀ ଶାହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ବାସଭବନକୁ ଯିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe