ସ୍ବାୟତ୍ତ ଶାସନ ଦିବସ: ଆଜି ପଳାଶୁଣୀ ଏମ୍‌ଆର୍‌ଏଫ୍‌ ଲୋକାର୍ପଣ

ରବିବାର ସ୍ୱାୟତ୍ତ ଶାସନ ଦିବସ ପାଳନ କରିବ ବିଏମ୍‌ସି। ଏହି ଅବସରରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ ହେବା ସାଙ୍ଗକୁ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିବ। ସକାଳେ ବିଏମ୍‌ସି ମୁଖ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ପ୍ରତୀକ୍ଷିତ ପଳାଶୁଣୀ....

bmc

ଭୁବନେଶ୍ୱର: ରବିବାର ସ୍ୱାୟତ୍ତ ଶାସନ ଦିବସ ପାଳନ କରିବ ବିଏମ୍‌ସି। ଏହି ଅବସରରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ ହେବା ସାଙ୍ଗକୁ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିବ। ସକାଳେ ବିଏମ୍‌ସି ମୁଖ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ପ୍ରତୀକ୍ଷିତ ପଳାଶୁଣୀ ଏମ୍‌ଆର୍‌ଏଫ୍‌ ଲୋକାର୍ପଣ ହେବ। ଏଥିସହ ଗାଡ଼କଣ ୧୦ଟନ୍‌ ପ୍ଲାଜ୍‌ମା ପାଇରୋଲିସିସ ଫ୍ୟାସିଲିଟି,  ୱାର୍ଡ ନମ୍ବର ୧, ୬, ୧୨, ୧୮, ୨୫, ୨୭, ୩୦, ୪୧, ୪୯, ୫୦, ୫୧, ୫୪ ଓ ୬୩ର ୱାର୍ଡ କାର୍ଯ୍ୟାଳୟ, ୪୯ ନମ୍ବର ୱାର୍ଡରେ ଗ୍ୟାସଚାଳିତ ଶ୍ମଶାନ, ୬୩ନମ୍ବର ୱାର୍ଡରେ ଜଗମୋହନନଗର ପାର୍କ, ଜାଗମରା ତପୋବନ ବସ୍ତିରେ ମିସନ ଶକ୍ତି ଗୃହ, ୬୫ ନମ୍ବର ୱାର୍ଡ ପାତ୍ରପଡ଼ାରେ ମିନି ପାର୍କ, ୬୧ ନମ୍ବର ୱାର୍ଡରେ କମ୍ୟୁନିଟି ସେଣ୍ଟର, ୫୭ ନମ୍ବର ୱାର୍ଡରେ ୩ଟି ପାଇଖାନା, ୪୧ ନମ୍ବର ୱାର୍ଡରେ ଏନ୍‌ଏସି କଲୋନି ପାର୍କ, ଜାତୀୟ ରାଜପଥ-୧୬ ପ୍ରାଚୀ ବିହାରରୁ ପାଣ୍ଡରା ଅଠରନଳା ପର୍ଯ୍ୟନ୍ତ ଆର୍‌ସିସି ଡ୍ରେନ୍‌ର ଲୋକାର୍ପଣ ହେବ।

ସେହିଭଳି ୫ ନମ୍ବର ୱାର୍ଡ ପଳାଶୁଣୀ ଶ୍ମଶାନ ନିର୍ମାଣ ଓ ୩ ନମ୍ବର ୱାର୍ଡର ୱାର୍ଡ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ପଡ଼ିବ। ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା, ବାବୁ ସିଂ, ସୁଶାନ୍ତ କୁମାର ରାଉତ, ବିଭୁତି ବଲବନ୍ତରାୟ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ଚଞ୍ଚଳ ରାଣା ପ୍ରମୁଖ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ଜୟଦେବ ଭବନରେ ସାଧାରଣ ସଭା ଓ ନାଟକ ଅନୁଷ୍ଠିତ ହେବ। ଏଥିରେ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଅତିଥି ଭାବେ ଯୋଗଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe