ମଞ୍ଚସ୍ଥ ହେଲା ‘ସେମାନେ ଶୃଗାଳ’

Advertisment
ମଞ୍ଚସ୍ଥ ହେଲା ‘ସେମାନେ ଶୃଗାଳ’

ଖଣ୍ଡଗିରି: ହରି ଦାସ ଜଣେ ଗରିବ, ଧର୍ମପରାୟଣ ବ୍ୟକ୍ତି। ଗାଁ ଲୋକ ତାଙ୍କୁ ସମ୍ମାନ କରନ୍ତି। ହେଲେ ତାଙ୍କ ଝିଅ ଚୋର କାହ୍ନୁ ପ୍ରେମରେ ପଡ଼ି ତା’ କଥାରେ ଦିନ ଗାଁ ଜମିଦାରଙ୍କ ବାଡ଼ିରୁ ପଣସ ଚୋରି କରେ। ହରି ଏକଥା ଜାଣିବା ପରେ ପଣସକୁ ପୁଣି ଗଛରେ ଲଗାଇ ଦେବାକୁ ଚେଷ୍ଟା କରନ୍ତି। କିନ୍ତୁ ଦୁର୍ଭାଗ୍ୟକୁ ସେତିକିବେଳେ ସେ ଧରାପଡ଼ି ଯାଆନ୍ତି ଓ ଜମିଦାର ତାଙ୍କୁ ଚୋର ସଜେଇ ତାଙ୍କ ଜମିକୁ ହଡ଼ପ କରିନିଏ। କିନ୍ତୁ ହରି ବହୁ ଚେଷ୍ଟା କରି ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ସହ ଜମି ଫେରି ପାଇବାରେ ସମର୍ଥ ହୁଅନ୍ତି।

ଏଭଳି ଏକ କଥାବସ୍ତୁକୁ ନେଇ ରଚିତ ନାଟକ ‘ସେମାନେ ଶୃଗାଳ’ ଆଜି ବିଜୁ ନାଟ୍ୟକେନ୍ଦ୍ରରେ ମଞ୍ଚସ୍ଥ ହୋଇଯାଇଛି। ଶତାବ୍ଦୀର କଳାକାରର ୨୭ତମ ବ୍ୟାଚ୍‌ର କଳାକାରମାନଙ୍କ ଦ୍ବାରା ମଞ୍ଚସ୍ଥ ଏହି ନାଟକକୁ ଦର୍ପନାରାୟଣ ସେଠୀ ନିର୍ଦ୍ଦେଶନା ଦେଇଥିଲେ। ମନୋଜ ମିତ୍ର ଏହି ନାଟକର ରଚନା କରିଥିବା ବେଳେ ଧୀର ମଲ୍ଲିକ ଏହାକୁ ନାଟ୍ୟ ରୂପ ଦେଇଥିଲେ। ଏହି ଅବସର‌ରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସଭାପତି ବିଶିଷ୍ଟ କଥାକାର ଗୌରହରି ଦାସ, ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ, ପୂର୍ବତନ ଡିଜି ସୂର୍ଯ୍ୟମଣି ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe