କାରିଟାସ୍ ଇଣ୍ଡିଆ, ଓସ୍‌ଡମା ପକ୍ଷରୁ ଆଲୋଚନାଚକ୍ର: ଉପକୂଳବର୍ତ୍ତୀ ଅଞ୍ଚଳରେ ବିପର୍ଯ୍ୟୟ ବିପଦ ହ୍ରାସ ବିଲ୍ଡିଂ ନିର୍ମାଣ ଆବଶ୍ୟକ

Advertisment
କାରିଟାସ୍ ଇଣ୍ଡିଆ, ଓସ୍‌ଡମା ପକ୍ଷରୁ ଆଲୋଚନାଚକ୍ର: ଉପକୂଳବର୍ତ୍ତୀ ଅଞ୍ଚଳରେ ବିପର୍ଯ୍ୟୟ ବିପଦ ହ୍ରାସ ବିଲ୍ଡିଂ ନିର୍ମାଣ ଆବଶ୍ୟକ

ଭୁବନେଶ୍ବର: କାରିଟାସ୍ ଇଣ୍ଡିଆ ଓ ଓସ୍‌ଡମା ମିଳିତ ଆନୁକୂଲ୍ୟରେ ହୋଟେଲ୍ ସୂର୍ଯ୍ୟାଂଶ ଠାରେ ବିପର୍ଯ୍ୟୟ ବିପଦ ହ୍ରାସ ବିଲ୍ଡିଂ ନିର୍ମାଣ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିପର୍ଯ୍ୟୟର ବିପଦ ହ୍ରାସ, ଆୟ ଜୀବିକାର ସୁରକ୍ଷା, ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ରିସାଇଲେଣ୍ଟ ଗୃହ ନିର୍ମାଣ ଓ ସ୍ବାସ୍ଥ୍ୟ ସେବା ଉପରେ କିପରି ଧ୍ୟାନ ଦେଇ ହେବ ସେନେଇ ସରକାର ଏବଂ ଲୋକ ମାନଙ୍କ ମଧ୍ୟରେ ସମନ୍ବୟକୁ ବଢ଼ାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାଚକ୍ରରେ ବରିଷ୍ଠ ନାଗରିକ ସମାଜ ସଂଗଠନଙ୍କ ସମେତ ୬ଉପକୂଳବର୍ତ୍ତୀ ଜିଲ୍ଲାର ଓସ୍‌ଡମା ପ୍ରତିନିଧି ଏବଂ ଜରୁରୀକାଳୀନ ଅଫିସରମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଓସ୍‌ଡମାର ମୁଖ୍ୟ ପ୍ରବନ୍ଧକ ସସ୍ମିତା ବେହେରା ଯୋଗ ଦେଇ ଓସ୍‌ଡମା ପକ୍ଷରୁ କିପରି ବିଭିନ୍ନ କାର୍ଯ୍ୟକଳାପ କରି ବିପର୍ଯ୍ୟୟ ବିପଦ ହ୍ରାସ ବିଲ୍ଡିଂ ନିର୍ମାଣ କରାଯାଇ ପାରିବ ସେ ନେଇ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଓ ବିଶ୍ବବ୍ୟାଙ୍କର ମିଳିତ ଅର୍ଥରେ ଗଞ୍ଜାମ ଜିଲ୍ଲାରେ ୧୩୦୦୦ ବିପର୍ଯ୍ୟୟ ମୁକାବିଲା ଘର ନିର୍ମାଣ କରାଯାଇଛି ବୋଲି ଶ୍ରୀମତୀ ବେହେରା କହିଥିଲେ। ଓଡ଼ିଶା ସରକାରଙ୍କ ଅତିରିକ୍ତ ଶାସନ ସଚିବ ମହେଶ୍ବର ପାଣିଗ୍ରାହୀ ଯୋଗ ଦେଇ କହିଥିଲେ, ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଥିବା ଘର ବା ବିଲ୍ଡିଂ ଗୁଡ଼ିକର ପୁନଃ ଡିଜାଇନ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ବିପର୍ଯ୍ୟୟ ବିପଦ ହ୍ରାସ ବିଲ୍ଡିଂ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ଯାହା ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ମହାବାତ୍ୟାଠାରୁ ବର୍ତ୍ତିବାରେ ସହାୟତା କରିବ। ଲୋକଙ୍କ ଜୀବିକା ବଞ୍ଚାଇବା ପାଇଁ ଆମକୁ ବିପର୍ଯ୍ୟୟ ସ୍ଥିର କୃଷିକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ସେ ମତ ରଖଥିଲେ। ୟୁନିସେଫର ଡ. ବ୍ରଜେଶ ମେର୍ତା କହିଲେ, ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, ଲୋକମାନଙ୍କୁ ଅଧିକ ସଚେତନ କରାଇବା ଓ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମିର ସୁବିଧା କରିବାର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ ରାମଚନ୍ଦ୍ର ପଣ୍ଡା, ମିସନ ଶକ୍ତି ଟିମ୍ ଲିଡର ଚୌଧୁରୀ ଶ୍ରୀପତି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ କଳିକା ମହାପାତ୍ର, ନୂତନ ସାଗରିଆ, ଯୁଗଳ କିଶୋର ରଣଜିତ୍, ଜ୍ଞାନ ସାଗର ନାୟକ, ଗ୍ରାଧିସ୍ ନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe