‘ଭାରତବର୍ଷରେ ରାଷ୍ଟ୍ରପତି ପରମ୍ପରା ଓ ଦ୍ରୌପଦୀ ମୁର୍ମୁ’

ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନ ପକ୍ଷରୁ ଆଲୋଚନାଚକ୍ର

‘ଭାରତବର୍ଷରେ ରାଷ୍ଟ୍ରପତି ପରମ୍ପରା ଓ ଦ୍ରୌପଦୀ ମୁର୍ମୁ’

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଅନୁସୂଚିତ ଜାତି ଓ ଜନଜାତିଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବାରୁ ପଛୁଆ ବର୍ଗର ଲୋକଙ୍କ ପାଇଁ ସେ ଅନେକ କିଛି କରିବେ। ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନ ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଭାରତ ବର୍ଷରେ ରାଷ୍ଟ୍ରପତି ପରମ୍ପରା ଓ ଦ୍ରୌପଦୀ ମୁର୍ମୁ’ ଶୀର୍ଷକ ଏକ ଆଲୋଚନାଚକ୍ରରେ ଯୋଗ ଦେଇ ଅତିଥିମାନେ ଏପରି ମତ ପ୍ରକାଶ କରିଛନ୍ତି।
ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପ୍ରାକ୍ତନ କୁଳପତି ନରେନ୍ଦ୍ର କୁମାର ମିଶ୍ର ଯୋଗଦେଇଥିଲେ। ସେ କହି‌ଲେ ଯେ ଆମ ଦେଶର ପରମ୍ପରାରେ ରାଷ୍ଟ୍ରପତି ଆମେରିକା ରାଷ୍ଟ୍ରପତିଙ୍କ ଭଳି ପ୍ରଭାବଶାଳୀ ନ ହେଲେ ମଧ୍ୟ ଇଂଲଣ୍ଡ ଭଳି ରବରଷ୍ଟାମ୍ପ ନୁହନ୍ତି। ଆମ ରାଷ୍ଟ୍ରପତି ପରମ୍ପରାରେ ବିଭିନ୍ନ ଜାତି, ଧର୍ମ ଓ ସମ୍ପ୍ରଦାୟର ବ୍ୟକ୍ତି, ଶିକ୍ଷାବିତ୍, ବୈଜ୍ଞାନିକ, କୁଟନୀତିଜ୍ଞ ଓ ରାଜନୀତିଜ୍ଞ ଏହି ଗୌରବମୟ ପଦବିରେ ରହିଛନ୍ତି ବୋଲି ସେ କହିଥିଲେ।

ମୁଖ୍ୟବକ୍ତା ସ୍ତମ୍ଭକାର ପ୍ରହଲ୍ଲାଦ ସିଂହ କହିଥିଲେ ଯେ ଦ୍ରୌପଦୀଙ୍କଠାରୁ ଓଡ଼ିଶାର ଲୋକେ ଅନେକ ଆଶା ରଖିଛନ୍ତି। ୟୁନିଟ-୮ ବ୍ରହ୍ମାକୁମାରୀ ଆଶ୍ରମ ସଂଚାଳିକା ବ୍ରହ୍ମାକୁମାରୀ ଦୁର୍ଗେଶ ନନ୍ଦିନୀ କହିଥିଲେ ଯେ ଦ୍ରୌପଦୀ ଜଣେ ଈଶ୍ବର ବିଶ୍ବାସୀ ମହିଳା। ନରେନ୍ଦ୍ର କୁମାର ମିଶ୍ର କହିଥିଲେ ଦ୍ରୌପଦୀ ଆଧ୍ୟାତ୍ମିକ ମାର୍ଗ ଓ ପରିବେଶ ସହିତ ଯୋଡ଼ି ହୋଇଥିବାରୁ ସବୁ କାମରେ ସଫଳ ହେବେ। ଅମିତାପ୍ରଭା ସ୍ବାଇଁ ଜଗନ୍ନାଥ ଭଜନ ଗାଇଥିବା ବେଳେ ମଞ୍ଚ ସମ୍ପାଦକ ପୀତବାସ ରାଉତରାୟ ସ୍ବାଗତ ଭାଷଣ ଦେଇଥିଲେ। ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe