ବରିଷ୍ଠ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ

Advertisment
ବରିଷ୍ଠ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ଝାରପଡ଼ା ଗଣେଶ ମଣ୍ଡପ ନିକଟ କ୍ରିଷ୍ଣା ଆପାର୍ଟମେଣ୍ଟ ତଳୁ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ବରିଷ୍ଠନାଗରିକଙ୍କ ମୃତଦେହକୁ ଜବତ କରିଛି। ତାଙ୍କ ନାଁ ଗୋପାଳକୃଷ୍ଣ ବାସାଖ (୫୮)। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଘରେ ସମସ୍ତେ ଶୋଇବା ପରେ ଗୋପାଳ ଆପାର୍ଟମେଣ୍ଟରେ ରହୁଥିବା ୫ମହଲା ଘର ଛାତରୁ ତଳକୁ ଡେଇଁ ପଡ଼ିଥିଲେ। ଶବ୍ଦ ଶୁଣି ତଳେ ଥିବା ସିକ୍ୟୁରିଟିଗାର୍ଡ ଚିତ୍କାର ଓ ଭୟଭୀତ ହୋଇ ଚାରିପଟ ଖୋଜିଥିଲା। ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୋପାଳଙ୍କୁ ଦେଖି ଚିତ୍କାର କରିଥିଲା। ପାଟି ଶୁଣି ଲୋକମାନେ ତଳକୁ ଧାଇଁଥିଲେ। ଗୋପାଳଙ୍କୁ ଏଭଳି ଅବସ୍ଥାରେ ଦେଖି ତୁରନ୍ତ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ଲକ୍ଷ୍ମୀସାଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋପାଳଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋପାଳଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe