Senior citizens: ‘ବରିଷ୍ଠ ନାଗରିକମାନେ ସର୍ବଶ୍ରେଷ୍ଠ ସମ୍ପଦ’

Advertisment

ବରିଷ୍ଠ ନାଗରିକମାନେ ସର୍ବଶ୍ରେଷ୍ଠ ସମ୍ପଦ। ବିଶ୍ୱ ତଥା ସମାଜକୁ ଶୀର୍ଷକୁ ନେବା ପାଇଁ ସେମାନଙ୍କର ଅଭିଜ୍ଞତା, ଉପଦେଶ ତଥା ଯୋଗଦାନର ଯଥେଷ୍ଟ ଆବଶ୍ୟକତା ରହିଛି। ପ୍ରଭୁ ଜୀ....

Updated On

ବରିଷ୍ଠ ନାଗରିକମାନେ ସର୍ବଶ୍ରେଷ୍ଠ ସମ୍ପଦ। ବିଶ୍ୱ ତଥା ସମାଜକୁ ଶୀର୍ଷକୁ ନେବା ପାଇଁ ସେମାନଙ୍କର ଅଭିଜ୍ଞତା, ଉପଦେଶ ତଥା ଯୋଗଦାନର ଯଥେଷ୍ଟ ଆବଶ୍ୟକତା ରହିଛି। ପ୍ରଭୁ ଜୀ....

ଅଦ୍ୟତନ ହୋଇଛି
Untitled-1

ଭୁବନେଶ୍ୱର: ବରିଷ୍ଠ ନାଗରିକମାନେ ସର୍ବଶ୍ରେଷ୍ଠ ସମ୍ପଦ। ବିଶ୍ୱ ତଥା ସମାଜକୁ ଶୀର୍ଷକୁ ନେବା ପାଇଁ ସେମାନଙ୍କର ଅଭିଜ୍ଞତା, ଉପଦେଶ ତଥା ଯୋଗଦାନର ଯଥେଷ୍ଟ ଆବଶ୍ୟକତା ରହିଛି। ପ୍ରଭୁ ଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଆୟୋଜିତ ଭିଏସ୍‌ଏସ୍ନଗର ବରିଷ୍ଠ ନାଗରିକ ମଞ୍ଚର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି କହିଛନ୍ତି। 

ଅନୁଷ୍ଠାନର ସଭାପତି କୃପାସିନ୍ଧୁ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ବରିଷ୍ଠ ନାଗରିକମାନେ ଶ୍ରେଷ୍ଠ ସମ୍ୱଳ।। ସେମାନେ କଦାପି ନିଜକୁ ଅଲୋଡ଼ା ଭାବିବା ଉଚିତ୍‌ ନୁହେଁ। । ଅବସର ପରେ ନିଜକୁ ଅସହାୟ ନଭାବି ନିଡ଼ର ହୋଇ ସମାଜରେ ଘଟୁଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ  ସ୍ୱର ଉତ୍ତୋଳନ କରିବାକୁ ଶ୍ରୀ ପଟ୍ଟନାୟକ କହିଥିଲେ। ଅନ୍ୟତମ ଅତିଥି ମେୟର ସୁଲୋଚନା ଦାସ ନିଜ ବକ୍ତବ୍ୟରେ ରାଜଧାନୀକୁ ବରିଷ୍ଠ ନାଗରିକ ଉପଯୋଗୀ ସହର କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଥିଲେ। ବିଏମ୍‌ସି ପକ୍ଷରୁ ପ୍ରତ୍ୟେକ ଵାର୍ଡରେ ବରିଷ୍ଠ ନାଗରିକ କେନ୍ଦ୍ର କରିବାକୁ ଯୋଜନା ହେଉଛି ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ବିଧାୟକ ଅନନ୍ତ ନାରାୟଣ ଜେନା ବରିଷ୍ଠ ନାଗରିକମାନେ ଦେଶର ତଥା ପରିବାରର ସମ୍ପତ୍ତି ବୋଲି କହିଥିଲେ। ପ୍ରତ୍ୟେକ ଵାର୍ଡରେ ବରିଷ୍ଠ ନାଗରିକମାନଙ୍କ ପାଇଁ କେୟାର ସେଣ୍ଟର ହେଉ ବୋଲି ସେ ମତ ଦେଇଥିଲେ। ଅନ୍ୟତମ ଅତିଥି ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୁଲିସ୍ ସବୁବେଳେ ତତ୍ପର ବୋଲି କହିଥିଲେ। ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରତିଷ୍ଠାତା ଶଙ୍କରାନନ୍ଦ ଗିରି ମହାରାଜ, ବିଧାୟକ ସୁଶାନ୍ତ କୁମାର ରାଉତ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାୟ ଓ ବରିଷ୍ଠ ନାଗରିକ ମହାସଂଘର ସଭାପତି ଡା. ପ୍ରସନ୍ନ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ଭୂମିକା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଫେସର ପ୍ରିୟମ୍ବଦା ହେଜମାଦୀ ଓ କୃପାସିନ୍ଧୁ ସାହୁଙ୍କୁ ‘ବରିଷ୍ଠ ନାଗରିକ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହିତ ରଜତ ଜୟନ୍ତୀ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ସାଧାରଣ ସମ୍ପାଦକ ଭ୍ରମରବର ପ୍ରଧାନ  ବିବରଣୀ ପାଠ କରିଥିଲେ। ଉପସଭାପତି ସୁରେଶ ଚନ୍ଦ୍ର କର ଅତିଥି ପରିଚୟ ପ୍ରଦାନ କରିଥିଲେ। ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଦିଲୀପ ଦାଶଶର୍ମା ମଞ୍ଚ ପରିଚାଳନା କରିଥିଲେ। ଶଶିଭୂଷଣ ଦାସ, ପ୍ରଶାନ୍ତ ମହାପାତ୍ର ଓ ସୁପ୍ରଭା ବିଶ୍ୱାଳ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ସମ୍ପାଦକ ଶୀତଳ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ। କୋଷାଧ୍ୟକ୍ଷ ଏସ୍ ନରସିଂହ ରାଓ, ନବ କିଶୋର ବେଉରା, ଧରଣୀଧର ରାଉତ, ତ୍ରିଲୋଚନ ରଥ, ରାମଚନ୍ଦ୍ର ସାମଲ, ସରୋଜିନୀ ପରମଗୁରୁ, ଆଶାଲତା ଦାସ  ଓ ସ୍ବର୍ଣ୍ଣ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe