ପୁଲିସକୁ ଭେଟି ସମସ୍ୟା ଜଣାଇଲେ ବରିଷ୍ଠ ନାଗରିକ

Advertisment
ପୁଲିସକୁ ଭେଟି ସମସ୍ୟା ଜଣାଇଲେ ବରିଷ୍ଠ ନାଗରିକ

ଚନ୍ଦ୍ରଶେଖରପୁର : ଇନ୍‌ଫୋସିଟି ଅଞ୍ଚଳରେ ବସବାସ କରୁଥିବା ବରିଷ୍ଠ ନାଗରିକମାନେ ଆଜି ନିଜର ବିଭିନ୍ନ ସମସ୍ୟା ନେଇ ଇନ୍‌ଫୋସିଟି ଥାନା ଏସିପି ସୀତାରାମ ଶତପଥୀ ଓ ଆଇଆଇସି ବନିତା ମହାରାଣାଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ପ୍ରାୟ ୭୦ଜଣ ବରିଷ୍ଠ ନାଗରିକ ଏକାଠି ହୋଇଥିଲେ। ପୁଲିସ ସେମାନଙ୍କ ସମସ୍ୟାକୁ ବୁଝି ସମାଧାନ ନିମନ୍ତେ ବିଭିନ୍ନ ଉପାୟ ମାନ ଚିନ୍ତାକରି ବରିଷ୍ଠ ନାଗରିକମାନଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ଅଞ୍ଚଳକୁ ନିଶା ମୁକ୍ତ କରିବା। ଅସାମାଜିକ ଲୋକଙ୍କ କାର୍ଯ୍ୟକଳାପରୁ ନିବୃତ୍ତ କରିବା ଓ ବରିଷ୍ଠ ନାଗରିକମାନଙ୍କ ନିତିଦିନିଆ ଅସୁବିଧାକୁ ସମାଧାନ କରିବା ନିମନ୍ତେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଏହି ଅଞ୍ଚଳ ଏକ ଶିକ୍ଷା କ୍ଷେତ୍ର ହୋଇଥିବାରୁ ବାଇକ୍‌ରମାନଙ୍କ ବେପରୁଆ ଦ୍ରୁତ ଗତିରେ ଗାଡ଼ି ଚଲାଇବା ଦ୍ୱାରା ଦୁର୍ଘଟଣା ଘଟୁଛି। କିଟ୍‌ରେ ସ୍ୱେତନ୍ତ୍ର ଫାଣ୍ଡି ପ୍ରତିଷ୍ଠା କରାଯିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ ବୋଲି ବରିଷ୍ଠ ନାଗରିକମାନେ ଅଭିଯୋଗ କରିଥିଲେ। ପୁଲିସକୁ ଏସବୁ ବିଷୟରେ ଅବଗତ କରିବା ସହ ବରିଷ୍ଠ ନାଗରିକମାନେ ଦୁଇ ପୁଲିସ ଅଧିକାରୀମାନଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଥିଲେ। ଏଭଳି ଭାବ ବିନିମୟ ଫଳରେ ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିଉଠିବ ବୋଲି ବରିଷ୍ଠ ନାଗରିକମାନେ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe