୫ରେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ବିଶାଳ ସମାବେଶ

Advertisment
୪ଦଫା ଦାବି ନେଇ ପିଏଲ୍‌ପି ୱାର୍କର୍ସ ଆସୋସିଏସନ୍‌ର ଧାରଣା

Clipartix

ଭୁବନେଶ୍ବର: ରାଜ୍ୟ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ରୌପ୍ୟଜୟନ୍ତୀ ଆସନ୍ତା ୫ ତାରିଖରେ ଇଡିକଲ୍‌ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କୁ ନେଇ ବିଶାଳ ସମାବେଶ ଆୟୋଜିତ ହେବ। ଏଥିରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସମସ୍ୟା, ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟା, ନିମ୍ନ ପ୍ରାଥମିକ ବିଦ୍ୟାଳୟ ଓ ସ୍ବତନ୍ତ୍ର ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଆଲୋଚନା ସହ କିଛି ଦାବିକୁ ନେଇ ଏକ ଦାବିପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ସମାବେଶରେ ସଂଘର ମୁଖପତ୍ର ଉନ୍ମୋଚନ ହେବା ସହ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ କିଛି ଗୁରୁଙ୍କୁ ସମ୍ବର୍ଧିତ କରାଯିବ। ଆଜି ୟୁଟିଆରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ୟୁଟିଆର ସଭାପତି ବିକ୍ରମ କେଶରୀ ବର୍ମା, ସଂଘର ସାଧାରଣ ସମ୍ପାଦକ ଯୁଧିଷ୍ଠିର ଖଟୁଆ, ଡ. ଉପେନ୍ଦ୍ର କୁମାର ସାହୁ, ଶରତ କୁମାର ପାଇକରାୟ, ପ୍ରଣବ ରାଉତରାୟ, ବ୍ରଜକିଶୋର ନାୟକ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe