ରେଳବିହାର ନିକଟରେ ସିରିଜ୍‌ ଦୁର୍ଘଟଣା: ଏକାଧିକ ଆହତ, ୪ଗାଡ଼ି ଚୁର୍‌ମାର୍‌

ଶନିବାର ରାତି ପ୍ରାୟ ୧ଟା ବେଳେ  ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ରେଳବିହାର ନିକଟ‌ରେ ଏକ ସିରିଜ୍‌ ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ୪ଟି ଗାଡ଼ି ଭାଙ୍ଗିରୁଜି ଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତିକରିଛି।

fdhfhbvb

ଭୁବନେଶ୍ବର: ଶନିବାର ରାତି ପ୍ରାୟ ୧ଟା ବେଳେ  ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ରେଳବିହାର ନିକଟ‌ରେ ଏକ ସିରିଜ୍‌ ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ୪ଟି ଗାଡ଼ି ଭାଙ୍ଗିରୁଜି ଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତିକରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏକ ନାଲିରଙ୍ଗର ସ୍ବିଫ୍ଟ କାର୍‌ ଡମଣା ଛକରୁ ଜୟଦେବବିହାର ଅଭିମୁଖେ ରଙ୍ଗରୁଟ୍‌ରେ ଦ୍ରୁତଗତିରେ ଯାଉଥିବା ବେଳେ ଜୟଦେବବିହାରରୁ ଚନ୍ଦ୍ରଶେଖରପୁର ଆଡ଼କୁ ଯାଉଥିବା ଏକ କିଆ ଗାଡ଼ିକୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ କିଆ ଗାଡ଼ିଟି ମେଡିଆନ୍‌ରେ ଯାଇ ମାଡ଼ ହୋଇଥିଲା। ଏହି ସମୟରେ ହାଇୱା ଉଭୟ ଗାଡ଼ିକୁ ଧକ୍କା ଦେଇ ଏକ ଅଟୋକୁ ଧକ୍କା ଦେଇଥିଲା। ଏହି ସିରିଜ୍‌ ଦୁର୍ଘଟଣାରେ ଆହତମାନଙ୍କୁ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe