ଭୁବନେଶ୍ବରରେ ସିରିଜ ଦୁର୍ଘଟଣା: ଏକାଧିକ ବ୍ୟକ୍ତି ଆହତ, ଚାପା ଉତ୍ତେଜନା ଜାରି

ରାଜଧାନୀ ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା ଘଟିଛି। ଜାଭିଅର ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୪ଟି କାର୍, ଏକ ପିକ୍ଅପ୍ ଭ୍ୟାନ୍ ଓ ଗୋଟିଏ ଯାତ୍ରୀବାହୀ ଅଟୋ ଦୁର୍ଘଟଣାର ସାମ୍ନା କରିଛି। ପ୍ରାୟ ୧୦ ଜଣ ଲୋକ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି।

ଅଦ୍ୟତନ ହୋଇଛି
Accident near Xavier Square in Bhubaneswar

Accident near Xavier Square in Bhubaneswar Photograph: (Sambad )

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା ଘଟିଛି। ଜାଭିଅର ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସାଲିଆସାହି ରାସ୍ତାରେ ତଥା ଏକ କଲେଜ ସାମ୍ନାରେ ୪ଟି କାର୍, ଏକ ଭ୍ୟାନ୍ ଓ ଗୋଟିଏ ଯାତ୍ରୀବାହୀ ଅଟୋ ଦୁର୍ଘଟଣାର ସାମ୍ନା କରିଛି। ପ୍ରାୟ ୧୦ ଜଣ ଲୋକ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଥିରୁ ୨ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବା ସୂଚନା ମିଳିଛି। 

ଏହି ଖବର ପଢ଼ନ୍ତୁ: କମିସନରେଟ୍‌ ପୁଲିସର ଅନୁରୋଧ: ନୂଆବର୍ଷ ପାଳନ କରନ୍ତୁ, ହେଲେ ମଦ୍ୟପାନକୁ ନାଁ

ଖବର ଅନୁସାରେ କମିସନରେଟ୍ ପୁଲିସ ଅଧୀନ ଭୁବନଶ୍ବେରର ଅନ୍ୟତମ ବ୍ୟସ୍ତବହୁଳ ରାସ୍ତାର ଜାଭିୟର ଛକ ନିକଟରେ ଆଜି ସନ୍ଧ୍ୟାରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି। ପଛକୁପଛ ୪ଟି କାର ଓ ଗୋଟିଏ  ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଏକ ଯାତ୍ରୀବାହୀ ଅଟୋ ସାମ୍ନା କରିଛି। ଅଟୋଟି ସଂପୂର୍ଣ୍ଣ ରୂପେ ଓଲଟି ପଡ଼ିଥିବାରୁ ଏଥିରେ ଥିବା ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। 

ଏହି ଖବର ପଢ଼ନ୍ତୁ: ଧାନ ବ୍ୟତୀତ ଅନ୍ୟ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ: ମୁଖ୍ୟମନ୍ତ୍ରୀ

ଆଜିର ଏହି ଦୁର୍ଘଟଣା ପୂର୍ବରୁ ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିସାରିଛନ୍ତି ଯେ, କମିସନରେଟ୍‌ ପୁଲିସ ଅଧୀନ ଭୁବନେଶ୍ବର ଅଞ୍ଚଳରେ ବିଶୃଙ୍ଖଳାର ସହିତ ନୂଆବର୍ଷ ପାଳନକୁ ବରଦାସ୍ତ କରାଯିବ ନାହିଁ। ବ୍ଲକିଂ, ଯାନବାହନ ଚେକିଂ, ହୋଟେଲ୍ ରେଡ୍, ଚୋରା ମଦ ଦୋକାନ ଉପରେ ଚଢ଼ାଉ ହେବ। ସବୁ ଥାନାକୁ  ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି।   

ଏହି ଖବର ପଢ଼ନ୍ତୁ: ଆମେରିକା ଉପରେ ଚୀନର ସାଇବର ଆକ୍ରମଣ

ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜାଭିଅର ଛକରେ ଗମନାଗମନ ପ୍ରଭାବିତ ହୋଇଛି। ସମ୍ଭବତଃ ଗାଡ଼ି ଚାଳକଙ୍କର ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି। ଜଣେ ମଦ୍ୟପ ଚାଳକଙ୍କ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୁଲିସ ଜଣେ କାର୍‌ ଚାଳକଙ୍କୁ ଅଟକ ରଖିଛି। 

ଏହି ଖବର ପଢ଼ନ୍ତୁ: ଭବିଷ୍ୟବାଣୀ କଲେ କେଜ୍ରିୱାଲ, ବିଜେପି ପାଇବ ଏତିକି ଆସନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe