ଚନ୍ଦ୍ରଶେଖରପୁର: ଆଜି ରାତି ପ୍ରାୟ ସାଢ଼େ ଆଠଟା ବେଳେ ଓମଫେଡ୍ ଛକ ନିକଟରେ ଏକ ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ୩ଟି ଗାଡ଼ି (ବାଇକ୍, କାର୍ ଓ ମିନି ଟ୍ରକ୍)କୁ ଧକ୍କା ଦେଇଛି। ଏହି ଘଟଣାରେ ୩ଜଣ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତି କରାଯାଇଛି। ଅନ୍ୟପକ୍ଷରେ ଧକ୍କା ଦେଇଥିବା କାର୍ଟି ଡିଭାଇଡର୍ ପାର୍ ହୋଇ ରାସ୍ତା ଆରପାଖରେ ଓଲଟି ପଡ଼ିଛି। ଘଟଣା ପରେ ରାସ୍ତାର ଉଭୟ ପାଖ ଟ୍ରାଫିକ୍ ଜାମ ହୋଇ ଯାଇଥିବାରୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ କ୍ରେନ୍ ଯୋଗେ ସ୍ଥାନାନ୍ତର କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲା। ଘଟଣା ଅନୁଯାୟୀ ପଟିଆ ଦିଗରୁ ନାଲ୍କୋ ଦିଗକୁ ଦ୍ରୁତଗତିରେ ଆସୁଥିବା ଏକ କାର୍ ପ୍ରଥମେ ଏକ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଆରୋହୀ ଜଣକ ଛିଟିକି ପଡ଼ି ଖଣ୍ଡିଆଖାବରା ହୋଇଥିଲେ। ପରେ ଅନ୍ୟ ଏକ କାର୍କୁ ଧକ୍କାଦେଇ ଏକ ଟ୍ରକ୍ ପଛ ପାଖରେ ପିଟି ହୋଇଥିଲା। ପୁଲିସ୍ ସମସ୍ତ ଗାଡ଼ିକୁ ଜବତ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us