ସେରୋ ସର୍ଭେ ଆରମ୍ଭ, ପ୍ରଥମ ଦିନରେ ୪ଶହ ରକ୍ତ ନମୁନା ସଂଗ୍ରହ

ସେରୋସର୍ଭେ: ରାଜ୍ୟର ୩ ଜୋନ୍‌ରୁ ୨୨୫୪ ନମୁନା ସଂଗ୍ରହ

Telegraph India

ଭୁବନେଶ୍ବର : କରୋନା ଦ୍ବିତୀୟ ଲହରରେ ସେରୋସର୍ଭେ ପାଇଁ ରାଜଧାନୀରେ ନମୁନା ସଂଗ୍ରହ ଆରମ୍ଭ ହୋଇଛି। ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌ର ସଭାକକ୍ଷରେ ଆଜି ନମୁନା ସଂଗ୍ରହ କରାଯାଇଛି। ଏଥିରେ ରାଜଧାନୀରେ ଥିବା ସମସ୍ତ ଔଷଧ ବ୍ୟବସାୟୀ ଓ କର୍ମଚାରୀଙ୍କଠାରୁ ନମୁନା ସଂଗ୍ରହ କରାଯିବ। ପ୍ରଥମ ଦିନରେ ପ୍ରାୟ ୪ଶହ ନମୁନା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି।

ଆରଏମ୍‌ଆରସି ସହାୟତାରେ ରାଜଧାନୀ ସମେତ ଅନ୍ୟ ୩ଟି ଜିଲ୍ଲାରେ ସେରୋସର୍ଭେ ପାଇଁ ନମୁନା ସଂଗ୍ରହ କରାଯିବ। ରାଜଧାନୀରେ ପ୍ରାୟ ୨ହଜାର ନମୁନା ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି। ଔଷଧ ବ୍ୟବସାୟୀମାନେ ସିଧାସଳଖ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ ଏହି ସର୍ବେକ୍ଷଣ ପାଇଁ ପ୍ରାଥମିକତା ଦିଆଯାଇଛି। ଆସନ୍ତାକାଲି ମଧ୍ୟ ନମୁନା ସଂଗ୍ରହ କରାଯିବ। ଗୁରୁବାର ଅନୁଷ୍ଠିତ ଏହି କ୍ୟାମ୍ପ୍‌ରେ ସଂଘର ସଭାପତି ପି. ସତ୍ୟନାରାୟଣ, ସାଧାରଣ ସଂପାଦକ ପ୍ରଶାନ୍ତ ମହାପାତ୍ର, ପ୍ରଗତି ରଂଜନ ମହାନ୍ତି, ଅଜୟ କୋଏଙ୍କା, ଆରଏମ୍‌ଆରସି ପକ୍ଷରୁ ଡା. ଦେବଦତ୍ତ ଭଟ୍ଟଚାର୍ଯ୍ୟ, ଅମିୟ ରଂଜନ ମହାନ୍ତି, ମାତୃଜ୍ୟୋତି ପଟ୍ଟନାୟକ, ଚିନ୍ମୟୀ ଡୋଲେ ଓ ଅନ୍ୟମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe