ଭୁବନେଶ୍ବରରେ ବିଏମ୍‌ସି କରିବ ସିରୋ‌ଲୋଜିକାଲ ସର୍ଭେ

Advertisment
ଭୁବନେଶ୍ବରରେ ବିଏମ୍‌ସି କରିବ ସିରୋ‌ଲୋଜିକାଲ ସର୍ଭେ

Outlook India

ଭୁବନେଶ୍ବର : ଭୁବନେଶ୍ବରରେ କରୋନା ଆକ୍ରାନ୍ତ ବଢ଼ି ବଢ଼ି ଚାଲିଥିବା ବେଳେ ବିଏମ୍‌ସି ପକ୍ଷରୁ ଚଳିତ ସପ୍ତାହ ଶେଷ ସୁଦ୍ଧା ସିରୋ‌ଲୋଜିକାଲ ସର୍ଭେ କରିବାକୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପ୍ରାୟ ୨୫୦୦ ଲୋକଙ୍କର ସିରୋଲୋଜିକାଲ୍‌ ସର୍ଭେ ହେବ ବୋଲି ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି।

ଆଜି ବିଏମ୍‌ସି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କମିସନର କହିଛନ୍ତି ଯେ ବିଏମ୍‌ସି ପକ୍ଷରୁ ଆଇସିଏମ୍‌ଆର୍‌ ଟିମ୍‌ ସହଯୋଗରେ ସିରୋଲୋଜିକାଲ୍‌ ସର୍ଭେ ‌େହବ। ୨ହଜାରରୁ ଅଢ଼େଇ ହଜାର ଲୋକଙ୍କର ସର୍ଭେ କରିବାକୁ ଟାର୍ଗେଟ୍‌ ଦିଆଯାଇଛି। ଏହି ସର୍ଭେ କେଉଁ ଅଞ୍ଚଳରେ, କେଉଁ କେଉଁମାନଙ୍କର ହେବ, ତା’ର ଏକ ମାଇକ୍ରୋ ପ୍ଲାନ୍‌ ପ୍ରସ୍ତୁତ ହେଉଛି। ଏହାପରେ ଆମେ ଏହି ତାଲିକା ଅନୁଯାୟୀ ସର୍ଭେ କରିବୁ ବୋଲି ଶ୍ରୀ ଚୌଧରୀ କହିଛନ୍ତି।

୧୫ଜଣଙ୍କ ସଂଗ୍ରହ ହେବ ସ୍ବାବ୍
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର ଜଣେ କୋଭିଡ ଯୋଦ୍ଧା ଓ ଏନ୍‌ଆରସି ଜଣେ ରୋଗୀ ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୧୫ଜଣଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସଂପୃକ୍ତ ବ୍ୟକ୍ତିମାନେ ଏହି ଦୁଇଜଣ ପଜିଟିଭ୍‌ଙ୍କ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି। ସଂସ୍ପର୍ଶରେ ଆସିଥିବା ୧୫ଜଣଙ୍କ ମଧ୍ୟରୁ ଆଜି ଅଧାଙ୍କ ସ୍ବାବ୍ ସଂଗ୍ରହ ହୋଇଥିବା ବେଳେ ବଳକା ଲୋକମାନଙ୍କ ଆସନ୍ତାକାଲି ସଂଗ୍ରହ ହେବ ବୋଲି ଜଣାପଡ଼ିଛି। ଯଦି ସଂପୃକ୍ତ ବ୍ୟକ୍ତିମାନଙ୍କ ନମୁନା ନେଗେଟିଭ୍‌ ଆସେ, ତାହାଲେ ସେମାନେ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇପାରିବେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe