ବିଜେପିର ସେବା, ସୁଶାସନ, ଗରିବ କଲ୍ୟାଣ ପର୍ବ

Advertisment
ବିଜେପିର ସେବା, ସୁଶାସନ, ଗରିବ କଲ୍ୟାଣ ପର୍ବ

ଭୁବନେଶ୍ୱର: ମୋଦୀ ସରକାରଙ୍କ ଦିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତିକୁ ନେଇ ବିଜେପି ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ପାଳନ କରୁଛି। ଏହି ଅବସରରେ ଆଜି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ଏକାମ୍ର ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଏସ୍‌ଏଚ୍‌ଜି ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଏସ୍‌ଏଚ୍‌ଜିର ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ମହିଳା ସଶକ୍ତୀକରଣ ସମେତ ଶିଶୁଠାରୁ ଆରମ୍ଭ କରି ବୃଦ୍ଧାବସ୍ଥା ପର୍ଯ୍ୟନ୍ତ କଲ୍ୟାଣକାରୀ ଯୋଜନା, ଜନଧନ, ଦୀନଦୟାଲ ଅନ୍ତୋଦୟ, ସ୍ୱଚ୍ଛ ଭାରତ, ସୁକନ୍ୟା ସମୃଦ୍ଧି ଯୋଜନା ପ୍ରଭୃତି ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ୱଳା ଯୋଜନା ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛି। ମୁସ୍‌ଲିମ୍ ମହିଳା ସଶକ୍ତୀକରଣ ପାଇଁ ତିନ୍ ତଲାକ୍ ଆଇନ ଉଚ୍ଛେଦ ମୋଦୀ ସରକାରର ଏକ ଐତିହାସିକ ପଦକ୍ଷେପ। ଏଥିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଗୋଲକ ମହାପାତ୍ର, ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe